ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ । ସଂସଦ ଓ ବିଧାନସଭାରେ ମହିଳା ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଚନ୍ଦ୍ରବାବୁଙ୍କୁ ଭେଟି ସହମତିି ଲୋଡିବେ

217

କନକ ବ୍ୟରୋ: ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଆଜି ଆନ୍ଧ୍ରପ୍ରଦେଶ ଗସ୍ତ କରିଛନ୍ତି । ପାର୍ଲାମେଂଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସାକ୍ଷାତ କରିବେ ସୌମ୍ୟରଂଜନ । ଚନ୍ଦ୍ରବାବୁଙ୍କୁ ଭେଟି ତାଙ୍କ ସହମତିି ଲୋଡିବେ ସୌମ୍ୟରଂଜନ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓଡିଶା ଆସିଥିବା ବେଳେ ଗତକାଲି ତାଙ୍କୁ ଭେଟି ମହିଳାଙ୍କ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ସମର୍ଥନ ଲୋଡିଥିଲେ । ମହିଳାଙ୍କୁ  ୩୩ ପ୍ରତିଶତ ସ୍ଥାନ ସରଂକ୍ଷଣ ନେଇ  ସରକାର ବିଧାନସଭାରେ ସଂକଳ୍ପ ପାସ କରିସାରିଛନ୍ତି । ଏ ନେଇ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖିଛନ୍ତି ।

ଏହାଛଡା ବିଜେଡିର ପ୍ରତିନିଧି  ବିଭିନ୍ନ ରାଜ୍ୟ ଗସ୍ତ କରି  ବିଭିନ୍ନ ଦଳର ପ୍ରତିନିଧିଙ୍କୁ ଭେଟୁଛନ୍ତି ଓ ଏ ନେଇ ସମର୍ଥନ ବି ଲୋଡୁଛନ୍ତି । ସୌମ୍ୟରଂଜନଙ୍କୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଦାୟିତ୍ୱ ଦିଆଯାଇଛି ।