ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ନାହିଁ ପ୍ରସନ୍ନଙ୍କ ନାଁ: ନିର୍ବାଚନ ପୂର୍ବରୁ ପଠାଇବେ କହିଥିଲେ, ନିର୍ବାଚନ ପରେ ପୂରା ଭୁଲିଗଲେ ?

733

କନକ ବ୍ୟୁରୋ: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୩ ଜଣଙ୍କ ନାମରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ବିଜେଡି ଆଇଟି ସେଲ ଅଧ୍ୟକ୍ଷ ଅମର ପଟ୍ଟନାୟକ ଓ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଛନ୍ତି ନବୀନ । ତେବେ ଦୁଇ ପୁରୁଣା ଓ ଶୁଣା ନାଁଙ୍କ ମଝିରେ ଗୋଟେ ନୂଆ ନାଁକୁ ସାମ୍ନାକୁ ଆଣିଛନ୍ତି ନବୀନ । ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରି ରାଜ୍ୟ ରାଜନୀତିର ତାତିକୁ ଆହୁରି ବଢାଇ ଦେଇଛନ୍ତି ନବୀନ ।


ତେବେ ସବୁ ଠାରୁ ବଡ କଥା ହେଉଛି ବାବାଙ୍କୁ ମିଳିଲାନି ସ୍ଥାନ । ରାଜ୍ୟସଭା ପାଇଁ ପ୍ରସନ୍ନ ପାଟ୍ଟଶାଣୀଙ୍କ ଆସନ ପକ୍କା ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେ ଚର୍ଚ୍ଚାରୁ ଆଜି ପରଦା ଉଠାଇଛନ୍ତି ନବୀନ । ନବୀନ ଘୋଷଣା କରିଥିବା ୩ ନାଁ ଭିତରୁ ପ୍ରସନ୍ନଙ୍କ ନାମ ନାହିଁ । ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ଘୋଷଣା କରିନାହାନ୍ତି ନବୀନ । ପ୍ରସନ୍ନଙ୍କୁ ରାଜ୍ୟସଭାକୁ ପଠାଇବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ ବି ପ୍ରତିଶ୍ରୁତି ପାଳି ନାହାନ୍ତି ନବୀନ ।
ତେବେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅରୂପ ପଟ୍ଟନାୟକଙ୍କ ନାମ ଘୋଷଣା କରିବା ପରେ ପ୍ରସନ୍ନଙ୍କୁ ନେଇ ଉଠିଥିଲା ପ୍ରଶ୍ନ । ଲଗାତାର ଭୁବନେଶ୍ୱର ଲୋକସଭା ଆସନରୁ ବିଜୟର ଟୀକା ପିନ୍ଧି ଲୋକସଭା ଯାଉଥିବା ପ୍ରସନ୍ନଙ୍କ ନାମ ଚଳିତ ନିର୍ବାଚନରେ ଘୋଷଣା ନହେବା ପରେ ତାଙ୍କୁ ରାଜ୍ୟସଭା ପଠାଇବାକୁ ନବୀନ ଘୋଷଣା କରିଥିଲେ । ତେବେ ନବୀନଙ୍କ ଘୋଷଣା ପରେ ରାଜ୍ୟସଭା ରେସରେ ପ୍ରସନ୍ନଙ୍କ ଆସନ ପକ୍କା ବୋଲି ସମସ୍ତେ ଜାଣିଥିଲେ । ହେଲେ ଆଜି ନବୀ ତାଙ୍କ ନାମ ଘୋଷଣା ନକରିବା ପରେ ତାଙ୍କ ପରବର୍ତ୍ତୀ ଭବିଷ୍ୟତ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଚ୍ୟାଉ ପଟ୍ଟନାୟକ ମଧ୍ୟ ନିରାଶ ହୋଇଛନ୍ତି ।