ବିଷ୍ଣୁ ଦାସ, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ୍ ଭାସ୍କର ରାଓଙ୍କୁ ରାଜ୍ୟସଭା ଟିକେଟ୍

39

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : କିଏ ଯିବେ ରାଜ୍ୟସଭା । ମୁଖ୍ୟମନ୍ତ୍ରୀ କାହାକୁ ଦେବେ ଟିକେଟ । ଏହି ପ୍ରସଙ୍ଗରେ ଗତ କିଛିଦିନ ହେଲା କଳ୍ପନା ଜଳ୍ପନା ଚାଲିଥିଲା । ଚର୍ଚ୍ଚାରେ ଥିଲେ ଅନେକ ନେତା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଘୋଷଣା କରିଛନ୍ତି ଦଳର ତିନି ପ୍ରାର୍ଥୀଙ୍କ ନାଁ ।

ପ୍ରସନ୍ନ ଆଚାର୍ଯ୍ୟ, ଓ ବିଷ୍ଣୁଦାସ ଓ ଏନ ଭାସ୍କର ରାଓଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛିନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁପିନ୍ଦର ସିଂ, ବୈଷ୍ଣବ ପରିଡା ଓ ପ୍ୟାରିମୋହନ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଏହି ତିନି ନେତାଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ନବୀନ ନିଷ୍ପତି ନେଇଛନ୍ତି । ବେଶ କିଛି ଦିନ ହେବ ରାଜ୍ୟ ସଭା ନିର୍ବାଚନ ନେଇ ରାଜନୀତି ଜୋର ଧରିଥିଲା । ଅନେକ ବରିଷ୍ଠ ଓ ଯୁବ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ବି ଚାଲିଥିଲା । ବିଧାନ ସଭାରେ ବିଜେଡିର ୧୧୭ ଆସନ ଥିବାରୁ ତିନୋଟି ସିଟ ବିଜେଡି ହିଁ ଅକ୍ତିଆର କରିବା ସ୍ଥିତିରେ ରହିଛି । ଆଉ ଆଜି ବିଜେଡି ଚୁଡାନ୍ତ କରିଛି ତିନି ପ୍ରାର୍ଥୀଙ୍କ ନାଁ ।

ସେପଟେ ବିଷ୍ଣୁ ଦାସଙ୍କୁ ରାଜ୍ୟସଭା ଟିକେଟ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ସେ କହିଛନ୍ତି, ତାଙ୍କ ପଥରେ ସେ କଂଟା ହେବେ ନାହିଁ ।

ତେବେ ପୁଣି ଥରେ ରାଜ୍ୟସଭା ଯିବାକୁ ଆଶା ରଖିଥିବା ବୈଷ୍ଣବ ପରିଡାଙ୍କୁ ନିରାଶ ହେବାକୁ ପଡିଛି । କିନ୍ତୁ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ଠିକ ଏବଂ ସବୁ ପ୍ରାର୍ଥୀ ଯୋଗ୍ୟ ।




ଏହା ସହ ରାଜ୍ୟସଭା ରେସ୍ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁପିନ୍ଦର ସିଂହ