କିଏ ଯିବ ରାଜ୍ୟସଭା ? ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି

22

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ନେଇ ସୂଚନା ଦେଇଛନ୍ତି ବିଧାନସଭା ସଚିବ ଅମୀୟ ଷଡଙ୍ଗୀ । ମେ’ ୨୫ରେ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏଥିପାଇଁ ଆଜିଠୁ ନାମାଙ୍କ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ୧୫ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି ।

ଏହାପରେ ମେ’ ୧୬ରେ ପ୍ରାଥିପତ୍ର ଯାଂଚ କରାଯିବ । ୧୮ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଓଡିଶା ଓ ମଣିପୁର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ । ଓଡିଶାରୁ ବିଷ୍ଣୁ ଦାସ ଇସ୍ତଫା ଦେବା ପରେ ଖାଲି ପଡିଛି ଆସନ । ତାଙ୍କ ସ୍ଥାନରେ ବିଜେଡି କାହାକୁ ରାଜ୍ୟସଭା ପଠାଇବେ ତାକୁ ନେଇ ଚର୍ଚ୍ଚ ଜୋର ଧରିଛି ।