ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଆଜି ଶକ୍ତି ପରୀକ୍ଷା ! ବିଜେଡି ସମର୍ଥନ ପରେ ଆଗରେ ଏନଡିଏ, ଜାଣନ୍ତୁ କାହାର ସଂଖ୍ୟା କେତେ ।

33

ସରଗରମ ହୋଇଛି ଦିଲ୍ଲୀ ରାଜନୀତି । ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଶାସକ ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ଆଜି ହେବ କଡା ଟକ୍କର । ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ଅନ୍ୟପଟେ ୟୁପିଏ ତଥା ବିରୋଧୀ ଦଳ ପକ୍ଷରୁ କର୍ଣ୍ଣାଟକର କଂଗ୍ରେସ ସାଂସଦ ବି.କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି । ୬୪ ବର୍ଷୀୟ ହରିପ୍ରସାଦ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି ।

ଏନଡିଏ ପ୍ରାର୍ଥୀ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ବିଜେଡିର ସମର୍ଥନ ପରେ ଏନଡିଏର ସ୍ଥିତି ସୁଦୃଢ ରହିଛି । ତେବେ ଶିରୋମଣି ଅକାଳି ଦଳ ମତଦାନରେ ଅଂଶଗ୍ରହଣ କରିବ ନାହିଁ ବୋଲି ଘୋଷଣା କରିବା ପରେ ଏହା ଏନଡିଏ ପାଇଁ ଝଟକା ହୋଇଛି । କିନ୍ତୁ ବିଜେଡିର ସମର୍ଥନ ପରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ବିଜୟ ଲାଭ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

ରାଜ୍ୟସଭାରେ କାହାର କେତେ ଆସନ ?

ବିଜେପି – ୭୩

କଂଗ୍ରେସ – ୫୦

ଏଆଇଏଡିଏମକେ – ୧୩

ଟିଏମସି – ୧୩

ସମାଜବାଦୀ ପାର୍ଟି – ୧୩

ବିଜେଡି – ୦୯

ଟିଆରଏସ୍ – ୦୬

ଟିଡିପି – ୦୬

ଜେଡି(ୟୁ) – ୦୬

ଆରଜେଡି – ୦୫

ସିପିଆଇଏମ୍ – ୦୫

ବିଏସପି – ୦୪

ଏନସିପି – ୦୪

ଡିଏମକେ – ୦୪

ଶିବସେନା – ୦୩

ଅକାଳୀ ଦଳ – ୦୩

ଆପ୍ – ୦୩

ୱାଇଏସଆର କଂଗ୍ରେସ – ୦୨

ସିପିଆଇ – ୦୨

ପିଡିପି – ୦୨