କିଏ ଯିବେ ରାଜ୍ୟସଭା ? ଅଙ୍କ କଷା ଆରମ୍ଭ, ବିଜେଡି କିଣିଲା ୬ସେଟ୍ ନାମାଙ୍କନ ପତ୍ର

23

କନକ ବ୍ୟୁରୋ : କିଏ ଯିବ ରାଜ୍ୟସଭା ? ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ଏହାରି ଭିତରେ ବିଜେଡି ୬ସେଟ୍ ନାମାଙ୍କନ ପତ୍ର କିଣିଛି । ତେବେ କିଏ କରିବ ନାମାଙ୍କନ, ତାହା ସ୍ପଷ୍ଟ ହୋଇନି । ଏବଂ ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ବୋଲି ଜଣାପଡିଛି । ତେବେ ରାଜନୈତିକ ପୃଷ୍ଠଭୂମି ଥିବା ବ୍ୟକ୍ତିତ୍ୱଙ୍କୁ ରାଜ୍ୟସଭା ପଠାଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ରାଜ୍ୟସଭା ନିର୍ବାଚନ ପାଇଁ ୨ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡିଶାର ୩ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ । ମାର୍ଚ୍ଚ ୧୨ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୧୩ରେ ପ୍ରାର୍ଥିପତ୍ର ଯାଂଚ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହିପରି ୧୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ । ଯଦି ନିର୍ବାଚନ ପ୍ରତିଦ୍ୱନ୍ଦିତାମୂଳକ ହୁଏ ଆବଶ୍ୟକ ପଡିଲେ ୨୩ ତାରିଖରେ ସକାଳ ୯ଟାରୁ ୪ ଟା ଯାଏଁ ଭୋଟ ଗ୍ରହଣ ହେବ ବୋଲି ଜଣାପଡ଼ିଥିଲା ।