ବିଦ୍ୟୁତ ନଥିବା ଅଂଚଳବାସୀ ମଧ୍ୟ ଏଣିକି ନିଜ ଜମିକୁ ଜଳସଚେନ କରିପାରିବେ : ଆରମ୍ଭ ହେଲା ସୌର ଜଳନିଧୀ ଯୋଜନା

ପ୍ରଥମ ପର୍ଯ୍ୟାୟରେ ୫ ହଜାର କୃଷକ ପରିବାରଙ୍କୁ ସୌର ପମ୍ପ ପ୍ରଦାନ କରାଯିବ

197

କନକ ବ୍ୟୁରୋ : ବିଦ୍ୟୁତ ନଥିବା ଅଂଚଳରେ ଏଣିକି ଚାଷୀ ନିିଜ ଜମିକୁ ଜଳସେଚନ କରିପାରିବେ । ଏନେଇ ରାଜ୍ୟ ସରକାର ସୌର ଜଳନିଧୀ ଯୋଜନାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୫ ହଜାର କୃଷକ ପରିବାରଙ୍କୁ ସୌର ପମ୍ପ ପ୍ରଦାନ କରାଯିବ ଏବଂ ୨୫ଶହ ଏକର ଚାଷ ଜମିକୁ ନିଶ୍ଚିତ ଜଳସେଚନ ସହିତ ରୋଜଗାର ମଧ୍ୟ ସୃଷ୍ଟି ହୋଇପାରିବ । ଏହି ଯୋଜନା ପାଇଁ ରାଜ୍ୟ ସରକାର ୨୭ ଦଶମିକ୍ ୧୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

 

ଏହି ଯୋଜନାରେ ସୌର ପମ୍ପ ପାଇଁ ଚାଷୀଙ୍କୁ ୫୪ ହଜାର ଟଙ୍କାର ରିହାତି ଯୋଗାଇ ଦିଆଯିବ । ସୌର ଜଳନିଧୀ ଯୋଜନାରେ ୩୦ଟି ଜିଲ୍ଲାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ ଶକ୍ତି ଅଭାବ ପରିଲକ୍ଷିତ ହେଉଥିବା ଅଂଚଳରେ କାର୍ଯ୍ୟାକାରୀ ହେବ । ସଚିବାଳୟରୁ ଭିଡିଓ କନଫେରେନ୍ସି ମାଧ୍ୟମରେ ଏହି ଯୋଜନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ କୃଷି ବିଭାଗର ମନ୍ତ୍ରୀ, ସଚିବ ଓ ଅଧିକାରୀ ଉପସ୍ଥିତ ଥିଲେ ।