କାହାର କେତେ ଚକ?

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଦାମ-ବିଷ୍ଣୁ କଳି । ଦୀର୍ଘ ବର୍ଷର ଏହି କଳି ଏବେ ବିଷ୍ଣୁଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଯେଉଁଠି କ୍ଷମତା ଯୁଦ୍ଧରେ ବିଷ୍ଣୁଙ୍କ ବିଜୟ ହୋଇଛି ବୋଲି ଚର୍ଚ୍ଚା ଚାଲିଛି, ସେଠାରେ ନିଜକୁ ବିଷ୍ଣୁଙ୍କୁଠାରୁ ଅଧିକ ବଳିୟାନ ବୋଲି ଦାମ କହି ଏହ ପୁରୁଣା ବିବାଦରେ ପୁଣି ଘିଅ ଢାଳିଛନ୍ତି । ଦାମ କହିଛନ୍ତି, ସେ ୧୮ ଚକିଆ ଟ୍ରକ୍ ଆଉ ବିଷ୍ଣୁ ୬ ଚକିଆ ଟ୍ରକ୍ । ତେଣୁ ଯେତେବେଳେ ସେ ଚାହିଁବେ ବିଷ୍ଣୁଙ୍କୁ ଦଳିଦେଇପାରିବେ । ସେପଟେ ବିଷ୍ଣୁ କହିଛନ୍ତି, କାହାର କେତେ ଚକ ଏବଂ କାହାର କେତେ ବଳ ତାହା ନବୀନ ଜାଣନ୍ତି ।

ଜଗତସିଂହପୁର ବିଜେଡି ବିବାଦ ଏବେ ଦିଲ୍ଲୀ ଯାଏ ଟାଣି ହେବ । ବିଷ୍ଣୁ ଦିଲ୍ଲୀ ଗଲେ, ଦାମ-ବିଷ୍ଣୁ ବିବାଦ ଥମିବ ବୋଲି ଆଶା କରାଯାଉଥିଲା । ହେଲେ ବିଷ୍ଣୁଙ୍କୁ ଦାମ ବାବୁ ପୁଣି ଟାର୍ଗେଟ କରିବାରୁ ଏହି ଦୁଇ ନେତାଙ୍କ ମଧ୍ୟରେ ବିବାଦ ଆହୁରି ବଢିଛି । କ୍ଷମତା ଲଢେଇରେ ବିଷ୍ଣୁଙ୍କ ବିଜୟ ଦାମଙ୍କ ଉପରେ ଭାରି ପଡିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ବିଷ୍ଣୁଙ୍କ କ୍ଷମତାକୁ କୌଣସି ମୁହୂର୍ତ୍ତରେ ବି ଚୁରମାର କରିବାର ଦାବି କରିଛନ୍ତି ଦାମ ।

ଗୋଟାଏ ପଟେ ରାଜ୍ୟସଭା ପ୍ରାର୍ଥୀ ଚୟନରେ ଦାମ-ବିଷ୍ଣୁଙ୍କ ବଳ କଶାକଶି ତ ଅନ୍ୟପଟେ ଅନେକ ଆଶାୟୀ ପ୍ରାର୍ଥୀଙ୍କ ଦିଲ୍ଲୀ ଯିବା ଇଚ୍ଛା ମଉଳି ଗଲା । ଏନେଇ କେହି କେହି ମୁହଁ ଖୋଲୁ ନଥିବାବେଳେ, କିଛି ନେତା ଦିଲ୍ଲୀରେ ରାଜ୍ୟର ଆବଶ୍ୟକତା ଅନୁସାରେ ନବୀନ ପ୍ରାର୍ଥୀ ଚୟନ କରିଥିବା କହିଛନ୍ତି ।

ରାଜ୍ୟସଭା ପ୍ରାଥୀ ଚୟନ ଜରିଆରେ ନେତାଙ୍କ ଥଇଥାନ ନବୀନଙ୍କ ପାେଇଁ ବଡ ଚ୍ୟାଲେଞ୍ଜ ଥିଲା । ହେଲେ ଏହି ରେସରୁ ବାଦ୍ ପଡିବା ପରେ, ସିଧାସଳଖ ନ ହେଲେ ବି ଦଳ ଭିତରେ ଅନ୍ତୋଷର ନିଆଁ ଜଳିବା ଜଳିବା ଆରମ୍ଭ ହେଲାଣି ।