ଜୟପୁରରେ ବିଜୁ ଯୁବବାହିନୀ ସମାବେଶ । ଯୁବପିଢ଼ୀଙ୍କୁ ସଫଳ ହେବାର ୫ ସୂତ୍ର ଦେଲେ ସାଂସଦ ସୌମ୍ୟରଞ୍ଜନ ।

138

କନକ ବ୍ୟୁରୋ: ଜୟପୁରରେ ବିଜୁ ଯୁବବାହିନୀ ସମାବେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜୁଯୁବାହିନୀର ଯୁବ ସମାବେଶ ଉଦଘାଟିତ । ଏହି ଅବସରରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୁବକଙ୍କୁ ଆହ୍ୱାନ । ସଫଳତା ପାଇବା ପାଇଁ ୫ଟି ସଂକଳ୍ପ କରିବାକୁ ଯୁବକଙ୍କୁ ଦେଲେ ମନ୍ତ୍ର । ମଣିଷ ଭିତରେ ଯେଉଁ ସମ୍ଭାବନା ରହିଛି ତାହାକୁ ଚିହ୍ନିବା ପାଇଁ ଆହ୍ୱାନ କରିଛନ୍ତି ସୌମ୍ୟରଞ୍ଜନ ।

ଏପରିକି ବୟସକୁ ତୁଳନା କରି କାହାକୁ ଯୁବକ କହି ହେବନାହିଁ । ପ୍ରବଳ ଇଚ୍ଛା ଶକ୍ତି ଥିଲେ ୬୦ ବର୍ଷର ବ୍ୟକ୍ତି ଅସମ୍ଭବକୁ ସମ୍ଭବ କରିଦେଖାଇବ । ଯେଉଁମାନେ ଏକବିଂଶ ଶତାବ୍ଦୀରେ ଜନ୍ମ ନେଇଛନ୍ତି ସେମାନେ ଭାଗ୍ୟବାନ । କାରଣ ଏହି ଶତାବ୍ଦୀ ହେଉଛି ବୈଷୟିକ ଏବଂ ଜ୍ଞାନକୌଶଳର ଯୁଗ । ଯେଉଁଥିରେ ବିଭିନ୍ନ ଅବିଶ୍ୱସନୀୟ କାର୍ଯ୍ୟ ବଟନ ଚିପିବା ମାତ୍ରେ ସମ୍ଭବପର ହୋଇପାରୁଛି ।

କେବଳ ଏତିକି ନୁହେଁ ବିଜ୍ଞାନ ଓ କାରୀଗରୀ କୌଶଳ ଅଦ୍ଭୂତ ସାମର୍ଥ୍ୟ ଦେଇଛି । ତେଣୁ ଆଜିର ଯୁବପୀଢ଼ୀଙ୍କୁ ଆଡ଼ମଣ୍ଡ ହିଲାରୀଙ୍କ ଉଦାହରଣ ଦେଇ ମଣିଷ ଭିତରେ ଥିବା ସମ୍ଭାବନାକୁ ଚିହ୍ନନ୍ତୁ । ସେହିଭଳି ମହାପ୍ରଭୁ ଜଗନ୍ନାଥ ଓଡ଼ିଶାବାସୀଙ୍କୁ ସବୁ କିଛି ଦେଇଛନ୍ତି । ଖଣିଜ ସମ୍ପଦ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଉକ୍ରଳକୁ ନୂଆ ଓଡ଼ିଶା କରି ଗଢ଼ିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି ସାଂସଦ ।

ଆଜିର ଯୁବପିଢ଼ୀଙ୍କୁ ସଫଳତା ଶୀର୍ଷରେ ପହଁଚିବା ପାଇଁ ପାଇଁ ୫ଟି ସୂତ୍ର ବତାଇଛନ୍ତି ସାଂସଦ ସୌମ୍ୟରଞ୍ଜନ । ଏହା ୫ଟି ‘ନି’ ଯଥା, ନିରୋଗ ,ନିଡ଼ର,ନିରହଙ୍କାର,ନିସ୍ୱାର୍ଥପର ଏବଂ ନିଶାକୁ-ନା କରିବା ପାଇଁ ସଂକଳ୍ପ ନେଇ ନୂଆ ଓଡ଼ିଶା ଗଢ଼ିବାକୁ ଆହ୍ୱାନ ଦେଇଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।