ସଂସଦୀୟ ଶୀତ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିଲେ ବିରୋଧୀ : ନୋଟ୍ ଅଚଳ ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା

36

କନକ ବ୍ୟୁରୋ : ଆଜିଠାରୁ ସଂସଦର ଶୀତ ଅଧିବେଶନ । ବିମୁଦ୍ରାକରଣ ନେଇ ସରଗରମ ହୋଇଛି ରାଜ୍ୟସଭା । ବଡ ନୋଟ୍ ଅଚଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୃହ କାର୍ଯ୍ୟ ଆରମ୍ଭରୁ ବିମୁଦ୍ରାକରଣ ନେଇ ଆଲୋଚନା କରିବ ପାଇଁ ଅଡି ବସିଥିଲେ ବିରୋଧି  ।

କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଗୃହକାର୍ଯ୍ୟ ଆରମ୍ଭରେ ସରକାରଙ୍କ ନିଷ୍ପତିକୁ ବିରୋଧ କରିଛନ୍ତି । ମୋଦି ସରକାରଙ୍କ ପଦକ୍ଷେପ ଯୋଗୁଁ ଚାଷୀ,ଦିନ ମଜୁରିଆ ଓ ସାଧାରଣ ଲୋକ ବେଶ ପ୍ରଭାବିତ ହୋଇଥିବା କହିଛି କଂଗ୍ରେସ । ବିରୋଧୀଙ୍କ ହଙ୍ଗାମା ପରେ ଏବେ ଗୃହରେ ବିମୁଦ୍ରାକରଣ ନେଇ ଆଲୋଚନା ଜାରି ରହିଛି ।

ସେପଟେ ଲୋକସଭାରେ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବା ପରେ ଲୋକସଭାକୁ ଆସନ୍ତକାଲି ପର୍ଯ୍ୟନ୍ତ ମୁଲତବି କରାଯାଇଛି  । କଳାଧନ ହଟାଇବା ପାଇଁ ସବୁ ଦଳ ସହଯୋଗ ଲୋଡିଛନ୍ତି ମୋଦି  । ଦେଶହିତ ପାଇଁ ସବୁ ଦଳର ସହଯୋଗ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।