ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସର ରଣନୀତି : ଏନସିପିକୁ ଅଫର କରିବ କି ରାଜ୍ୟସଭା ଉପସଭାପତି ପଦ ?

53

କନକ ବ୍ୟୁରୋ : ଆଗାମୀ ୧୮ ତାରିଖରୁୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ତେବେ ସମସ୍ତ ରାଜନୈତିକ ଦଳ ଗୁଡିକ ରାଜ୍ୟସଭାର ଉପସଭାପତି ସିଟ ଉପରେ ନଜର ରଖିଥିବା ଜଣାପଡିଛି । ତେବେ କଂଗ୍ରେସ ଓ ବିଜେପି ନିଜର ପ୍ରାର୍ଥୀ ଦେବା ସହ ସେମାନଙ୍କ ନିଜ ପ୍ରାର୍ଥୀ ଜିତନ୍ତୁ ବୋଲି ଉଭୟ କଂଗ୍ରେସ ଓ ବିଜେପି ଚାହୁଁଛନ୍ତି । କିନ୍ତୁ ସବୁଠାରୁ କୌତୁହଳ ବିଷୟ ଏହା କି ଏହି ରାଜ୍ୟସଭା ଉପସଭାପତି ପଦ ଜିତିବା ପାଇଁ ହେଲେ ଏହି ଦୁଇଟି ଜାତୀୟ ଦଳ ବିନା କୌଣସି ଦଳର ସମର୍ଥନରେ ଜିତି ପାରିବେ ନାହିଁ । ତେବେ ନିଜ ସମର୍ଥିତ ପ୍ରାର୍ଥୀ ଜିତନ୍ତୁ ବୋଲି ଉଭୟ ଦଳ ଚେଷ୍ଟା କରୁଛନ୍ତି । ଏହି ନିର୍ବାଚନ ପାଇଁ କଂଗ୍ରେସ ଏନସିପିକୁ ଉପସଭାପତି ପଦ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ବର୍ତ୍ତମାନ ରାଜ୍ୟସଭାରେ ସଭାପତି ଦାୟିତ୍ୱରେ ଥିବା ପି.ଜେ କୁରିୟାନଙ୍କ କର୍ଯ୍ୟାଳୟ ଜୁଲାଇ ମାସ ୧ ତାରିଖରେ ଶେଷ ହୋଇଛି । ଏହି ପଦରେ ବିଜୟ ହେବାପାଇଁ ଅନେକ ଦଳ ରାଜନୈତିକ ଗଣିତ କଷିବାରେ ବ୍ୟସ୍ତ । କଂଗ୍ରେସ ଆସନରେ ବିଜୟ ହେବା ପାଇଁ କୌଣସି ପଦକ୍ଷେପକୁ ହାତଛଡା କରିବା ଲାଗି ଚାହୁଁନାହିଁ । ଏ ନେଇ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପାଇଁ ସୋନିଆ ଗାନ୍ଧି ଇଚ୍ଛା ପ୍ରକାଶ କରୁଥିବା ଜଣାପଡିଛି । ଯଦି କଂଗ୍ରେସ ଏପରି କିଛି ବି କରେ ତେବେ ସମସ୍ତ ବିରୋଧୀମାନଙ୍କୁ ଏହି ବାର୍ତ୍ତ ଯିବକି ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ସେ ପଦ ନୁହେଁ ବରଂ ଲୋକମାନଙ୍କ ସ୍ୱାର୍ଥ ରକ୍ଷାପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି । ଏନସିପି କଂଗ୍ରେସର ପୁରୁଣା ସହେଯାଗୀ ଦଳ । କିନ୍ତୁ ୨୦୧୪ ମସିହାରେ ଉଭୟଦଳ ଅଲଗା ଅଲଗା ନିର୍ବାଚନ ଲଢିଲେ ଯାହା ଲାଗି ସେମାନେ ଏପରି ଶୋଚନୀୟ ଭାବରେ ପରାସ୍ତ ହୋଇଥିବା ଦଳର କର୍ମୀମାନେ କହିଛନ୍ତି । ତେବେ ପୂର୍ବ ଲୋକସଭା ନିର୍ବାଚନରେ ଏନସିପି କଂଗ୍ରେସଠାରୁ କମ ସିଟରେ ନିର୍ବାଚନ ଲଢିକି ଅଧିକ ସିଟରେ ଜିତିଥିବା ଜଣାପଡିଛି ।

ଏହାସହ କଂଗ୍ରେସ ଟିଏମସିର ସମର୍ଥନ ମଧ୍ୟ ଲୋଡିପାରେ । ତେବେ ୟୁପିଏ – ୨ ରେ ମମତା କଂଗ୍ରେସକୁ ସମର୍ଥନ ଦେଇଥିଲେ ମଧ୍ୟ ଅଧାରୁ ସମର୍ଥନ ଫେରାଇ ନେଇଥିଲେ । ଯେଉଁଥି ଲାଗି ମମତାଙ୍କ ଉପରେ କଂଗ୍ରେସ ବିଶ୍ୱାସ କରିପାରୁନାହିଁ । ମମତା ବର୍ତ୍ତମାନ ସମୟରେ ମହାମେଣ୍ଟ କରିବା ପାଇଁ ଇଚ୍ଛା କରୁଛନ୍ତି । କିନ୍ତୁ ମମତା ରାହୁଲ କାନ୍ଧି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁ ନାହାନ୍ତି । ତେବେ ରାଜ୍ୟସଭା ଆସନରେ କେଉଁ ଦଳ ବିଜୟ ହେବ ସେନେଇ ସମସ୍ତ ରାଜନୈତିକ ଦଳ ଚିନ୍ତାରେ ଅଛନ୍ତି । ଏକ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ କଂଗ୍ରେସ ଅନୁପଚାରିକ ଭାବରେ ଏନସିପି ସହ କଥାବାର୍ତ୍ତା ଆରମ୍ଭ କରିଛି । ପରେ ଏହା କେତେ ଦୂର ସଫଳ ହେବ ତାହା ସମୟ କହିବ । ତେବେ ସୋମବାର ଦିନ ରାଜ୍ୟସଭାରେ ନେତା ଗୁଲାମ ନବୀ ଆଜାଦ ଏକ ବୈଠକ କରିବେ ବୋଲି ଜଣାପଡିଛି । ଏହି ବୈଠକରେ ସମସ୍ତ ଋଣନୀତି ଚୂଡାନ୍ତ କରାଯିବ ବୋଲି ଜଣାପଡିଛି ।