ରାଜ୍ୟସଭା ଉପସଭାପତି ନିର୍ବାଚନ : କଂଗ୍ରେସ ପକ୍ଷରୁ ବି.କେ ହରିପ୍ରସାଦ ହେଲେ ରାଜ୍ୟସଭା ଉପସଭାପତି ପ୍ରାର୍ଥୀ, ଏନଡିଏ ପ୍ରାର୍ଥୀ ହରିବଂଶଙ୍କ ସହ ହରିପ୍ରସାଦଙ୍କର ହେବ ଲଢେଇ

35

କନକ ବ୍ୟରୋ : ଆସନ୍ତାକାଲି ରାଜ୍ୟସଭା ଉପସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଉପସଭାପତି ପଦକୁ ହାତେଇବା ପାଇଁ ଉଭୟ ଶାସକ ଓ ବିରୋଧୀମାନେ ନିଜ ନିଜର ପ୍ରସ୍ତୁତି ଚଳାଇଛନ୍ତି । ତେବେ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ବି.କେ ହରିପ୍ରସାଦ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି । ତେବେ ଉପସଭାପତି ପଦ ଲାଗି ବନ୍ଦନା ଚୈାହାନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ବିରୋଧୀଙ୍କ ପ୍ରାର୍ଥୀ ବିକେ ହରିପ୍ରସାଦ ଓ ଶାସକଦଳ ଅର୍ଥାତ ଏନଡିଏରୁ ହରିବଂଶଙ୍କ ମଧ୍ୟରେ ଲଢେଇ ହେବ ।

 

ଉଭୟଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ସୂଚନା ମିଳିଛି । ତେବେ ହରିବଂଶ ଜେଡିୟୁର ସାସଂଦ ଅଟନ୍ତି । ହରିବଂଶଙ୍କୁ ଜିତାଇବାପାଇଁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ମୁଖ୍ୟ ନୀତିଶ କୁମାର ହରିବଂଶଙ୍କୁ ସମର୍ଥନ ଦେବା ପାଇଁ ଅନେକ ନେତାଙ୍କୁ ଫୋନ କରିଥିବା ଜଣାପଡିଛି । ତେବେ ହରିପ୍ରସାଦ କଂଗ୍ରେସର ଜଣେ ବରିଷ୍ଠ ନେତା ସହ ରାହୁଲଙ୍କ ସହ ତାଙ୍କର ସମ୍ପର୍କ ଅତି ଘନିଷ୍ଠ ଥିବା ଏକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ରାଜ୍ୟସଭାର ଉପସଭାପତି ପି ଜେ କୁରିୟନଙ୍କ କାର୍ଯ୍ୟାଳୟ ଗତ ଜୁଲାଇ ମାସରେ ଶେଷ ହୋଇଛି ।

୨୪୫ ବିଶିଷ୍ଟ ରାଜ୍ୟସଭା ଆସନରୁ ବର୍ତ୍ତମାନ ସମୟରେ ୨୪୪ ଜଣ ସାସଂଦ ଥିବା ସମୟରେ ଗୋଟିଏ ସିଟ ଖାଲି ରହିଛି । ତେବେ ଉପସଭାପତି ପଦରେ ଜିତିବାପାଇଁ ହେଲେ ପ୍ରାର୍ଥୀଙ୍କୁ ୧୨୩ଜଣ ସାସଂଦ ସମର୍ଥନ ଦେବା ଆବଶ୍ୟକ ରହିଛି । ତେବେ ଉଭୟଙ୍କ ପାଖରେ ରାଜ୍ୟସଭାରେ ବହୁମତ ନଥିବା କାରଣରୁ ଅନ୍ୟଦଳର ସାସଂଦ ମାନେ ଏହି ନିର୍ବାଚନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।