ମାତ୍ର ୫୦୦ ଟଙ୍କାରେ ପ୍ରଥମ ଚାକିରି କରିଥିଲେ ହରିବଂଶ ନାରାୟଣ ସିଂହ : ଜାଣନ୍ତୁ ରାଜ୍ୟସଭା ଉପାଧ୍ୟକ୍ଷ ପର୍ଯ୍ୟନ୍ତ କେମିତି ଥିଲା ତାଙ୍କ ଯାତ୍ରା ?

58

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଶାସକ ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ହୋଇଥିବା ଏହି ଶକ୍ତି ପରୀକ୍ଷାରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ, କଂଗ୍ରେସ ସାଂସଦ ବି କେ ହରିପ୍ରସାଦଙ୍କୁ ୨୦ଟି ଭୋଟ୍ ବ୍ୟବଧାନରେ ପରାସ୍ତ କରି ରାଜ୍ୟସଭାର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଜେଡ଼ିୟୁ ସାଂସଦ ହରିବଂଶ ନାରାୟଣ ସିଂହ ୧୨୫ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିକେ ହରିପ୍ରସାଦ ୧୦୫ଟି ଭୋଟ୍ ପାଇଛନ୍ତି । ତେବେ ଆସନ୍ତୁ ନୂଆ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କଙ୍କ ବିଷୟରେ କିଛି ଅଜଣା କଥା ଜାଣିବା ।

– ସାମ୍ବାଦିକତାରୁ ଆରମ୍ଭ କରି ରାଜ୍ୟସଭା ଉପାଧ୍ୟକ୍ଷ ପର୍ଯ୍ୟନ୍ତ ଲମ୍ବା ଯାତ୍ରା କରିଛନ୍ତି ହରିବଂଶ ନାରାୟଣ ସିଂହ । ଉତ୍ତରପ୍ରଦେଶ ବଲିୟାରେ ୧୯୫୬ ଜୁନ୍ ୩୦ରେ ଜନ୍ମଗ୍ରହଣ କରିଥିଲେ ୬୨ ବର୍ଷୀୟ ହରିବଂଶ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଶିକ୍ଷା ଗ୍ରହଣ କରିଛନ୍ତି ।

– କଲେଜ ସମୟରେ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ଠାରୁ ପ୍ରଭାବିତ ହୋଇ ସେ ୧୯୭୪ରେ ଜେପି ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ୧୯୭୭ରେ ସେ ଟାଇମ୍ସ ଅଫ୍ ଇଣ୍ଡିଆର ଜଣେ ଟ୍ରେନି ଜର୍ଣ୍ଣାଲିଷ୍ଟ ରୂପରେ ଆରମ୍ଭ କରିଥିଲେ ।

– ଆଉ ତା’ପରେ ମୁମ୍ବାଇ ଧର୍ମଯୁଗ ପତ୍ରିକା ସହ ଯୋଡ଼ି ହୋଇ ୧୯୮୧ ପର୍ଯ୍ୟନ୍ତ କାମ କରିଥିଲେ । ହରିବଂଶ ଏକ ସାକ୍ଷାତକାରରେ କରିଥିଲେ ସେ ମାତ୍ର ୫୦୦ ଟଙ୍କାରେ ନିଜର ପ୍ରଥମ ଚାକିରି ଆରମ୍ଭ କରିଥିଲେ ।

– ଆଉ ତାହା ପରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଜଣେ ସରକାରୀ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ । କିନ୍ତୁ ପରିବାର ବିରୋଧ ସତ୍ୱେ ସେ ସରକାରୀ ଚାକରି ଛାଡ଼ି ପୁଣି ସାମ୍ବାଦିକତା ଆରମ୍ଭ କରିଥିଲେ । ସେ ଝାଡ଼ଖଣ୍ଡର ରାଂଚିରୁ ପ୍ରକାଶିତ “ପ୍ରଭାତ ଖବର’ର ସମ୍ପାଦକ ଭାବେ କାର୍ଯ୍ୟ କରିସାରିଛନ୍ତି ।

– ୧୯୯୦ରେ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ହେବା ପରେ ସେ ତାଙ୍କ ଆଡ଼ିସନାଲ ମିଡ଼ିଆ ଆଡ଼ଭାଇଜର ଭାବରେ ନିଯୁକ୍ତ ଥିଲେ ।

– ତେବେ ୨୦୧୪ରେ ଜେଡିୟୁ ଟିକେଟରୁ ସେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ରାଜନୈତିକ ଦଳରେ ହରିବଂଶଂକର ବନ୍ଧୁ ଥିବା କୁହାଯାଏ ।