ସଂସଦର ମୌସୁମୀ ଅଧୀବେଶନରେ ଅନୁପସ୍ଥିତ ରହିବେ ଅରୁଣ ଜେଟଲୀ : ରାଜ୍ୟସଭାରେ ବିଜେପିରେ କିଏ ହେବ ନେତା ?

21

କନକ ବ୍ୟୁରୋ : ଆଗାମୀ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ସସଂଦର ମୌସୁମୀ ଅଧୀବେଶନରେ ଅନୁପସ୍ଥିତ ରହିବେ ଅର୍ଥମନ୍ତ୍ରୀ ତଥା ବିଜେପିର ନେତା ଅରୁଣ ଜେଟଲୀ । ତେବେ ଏ ଘଟଣା ଜଣାପଡିବା ପରେ ବିଜେପିର ଚିନ୍ତା ବଢିଯାଇଛି । ରାଜ୍ୟସଭାରେ ତାଙ୍କ ଦଳର ନେତା ହେବ କିଏ ? ଏହି ଅଧୀବେଶନ ଜୁଲାଇ ୧୮ ରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖରେ ଶେଷ ହେବ ବୋଲି ଜଣାପଡିଛି । ତେବେ ଅରୁଣ ଜେଟଲୀ ଅସୁସ୍ଥତା କାରଣ ଲାଗି ୨୦୧୮ ମସିହା ମେ ୧୪ ତାରିଖରେ ନିଜର କୀଡନି ପ୍ରତ୍ୟାରୋପଣ କରିଛନ୍ତି । କିଡନୀ ଅସ୍ତ୍ରୋପଚାର ପରେ ଡାକ୍ତର ଜେଟଲୀଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେଣୁ ଡାକ୍ତରଙ୍କ କହିବା ଅନୁସାରେ ଜେଟଲୀ ମଧ୍ୟ ବିଶ୍ରାମ କରୁଛନ୍ତି । ରାଜ୍ୟସଭାରେ ଜେଟଲୀଙ୍କ ଭଳି ଦକ୍ଷ ନେତାଙ୍କ ଆବଶ୍ୟକ ରହିଛି । ଏହାସହ ଜେଟଲୀଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ମଧ୍ୟ ରହିଛି । ଯେହେତୁ ସେ ଅସ୍ତ୍ରୋପଚାର ଲାଗି ବିଦେଶ ଯାଇଥିଲେ ତେଣୁ ତାଙ୍କ ବିଭାଗର ଅତିରିକ୍ତ ଦାୟିତ୍ୱ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଦିଆଯାଇଛି ।

 

ଏହି ମୈାସୁମୀ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ରାଜ୍ୟସଭା ଉପସଭାପତିଙ୍କ ନିର୍ବାଚନ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ସରକାର ନେଇପାରନ୍ତି । ଏପଟେ ବିରୋଧୀମାନେ ସରକାରଙ୍କୁ ଘେରିବେ ବୋଲି ସଜବାଜ ହେଉଛନ୍ତି । ବର୍ତ୍ତମାନ ସମୟରେ ଜାମ୍ମୁ କାଶ୍ମୀରଠାରେ ବିଜେପି ଓ ପିଡିପିଙ୍କ ମଧ୍ୟରେ ମେଣ୍ଟ ଭାଙ୍ଗିବା ସହ ସେଠାରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି । ଜାମ୍ମୁରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେଉଛି । ତେଣୁ ସରକାର ଏଦିଗରେ କି ପ୍ରକାର ପଦକ୍ଷେପ ସରକାର ନେଇଛନ୍ତି ସେ ବିଷୟରେ ବିରୋଧୀମାନେ ଗୃହରେ ହାଲ୍ଲା କରିବା ସହ ବର୍ତ୍ତମାନ ସମୟରେ ଜେଟଲୀ ସରକାରରେ କେଉଁ ଭୂମିକା ଗ୍ରହଣ କରୁଛନ୍ତି ତାହା ଉପରେ ମଧ୍ୟ ଆଲୋଚନା କରିବା ପାଇଁ ବିରୋଧୀମାନେ କହିପାରନ୍ତି । ତେବେ ଏକ ଜତୀୟ ଗଣମାଧ୍ୟମକୁ ଜଣେ ବିରୋଧୀ ଦଳର ବରିଷ୍ଠ ନେତା କହିଛନ୍ତି ଆମେ ମାନେ ମଧ୍ୟ ଜାଣିନୁ ଦେଶର ଅର୍ଥମନ୍ତ୍ରୀ ବର୍ତ୍ତମାନ ସମୟରେ କିଏ? ଜେଟଲୀ ମନ୍ତ୍ରୀପଦ ନିଜ ପାଖରେ ରଖିଥିବା ସହ ପୀୟୁଷ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ତେଣୁ ପ୍ରକୃତରେ ମନ୍ତ୍ରୀ କିଏ ତାହା ସରକାର ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ବିରୋଧୀ ଦଳର ଜଣେ ନେତା କହିଛନ୍ତି ।

 

ତେବେ ସରକାର ମୈାସୁମୀ ଅଧୀବେଶନ ପୂର୍ବରୁ ରାଜ୍ୟସଭାରେ ନିଜର ନେତା ବାଛିବେ ବୋଲି ଜଣାପଡିଛି । ତେବେ ରାଜ୍ୟସଭାରେ ସରକାର ଟ୍ରିପୁଲ ତଲାକର ବିଲକୁ ଆଗକୁ ବଢାଇବା ପାଇଁ ଚେଷ୍ଟା କରିବେ । କିନ୍ତୁ ଏହି ବିଲ ପାସ କରାଇବା ଲାଗି ସରକାରଙ୍କ ପାଖରେ ଆବଶ୍ୟକୀୟ ସାସଂଦ ନାହାନ୍ତି । ତେଣୁ ଅନ୍ୟଦଳର ସାସଂଦଙ୍କ ଭୂମିକା ଏହି ବିଲ ପାସ ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ତେଣୁ ଏମସ୍ତ ବିଷୟରେ ବିରୋଧୀଙ୍କୁ ଉଚିତ ଦେବାପାଇଁ ବିଜେପି ବିଜୟ ଗୋଏଲଙ୍କ ନାମ ଉପରେ ମୋହର ମାରିପାରେ । କେହି କେହି ରବିଶଙ୍କର ପ୍ରସାଦଙ୍କୁ ଜେଟଲୀଙ୍କ ସ୍ଥାନ ଦେବା ପାଇଁ ଦାବୀ ହେଉଛି । ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ବିରୋଧୀ ଏହି ଅଧୀବେଶନରେ କୈାଣସି କାମ କରିବା ପାଇଁ ଦେବେ ନାହିଁ କେବଳ ହୋହାଲ୍ଲା କରିବେ । ତେଣୁ ସେମାନଙ୍କୁ ଜବାବ ଦେବା ପାଇଁ ରବିଶଙ୍କରଙ୍କୁ ଦାୟିତ୍ୱ ଦେବାର ଆବଶ୍ୟକତା ରହିଛି । ଏପଟେ କଂଗ୍ରେସ କହିଛି ଯେ, ଜେଟଲୀ ବିରୋଧୀଙ୍କ ସାମନାରେ ସରକାରଙ୍କ ପକ୍ଷ ରଖନ୍ତି । ତେବେ ଅନ୍ୟ କୈାଣସି ନେତା ଆସିଲେ ଭଲ ହେବ ବୋଲି ବିରୋଧୀ କଂଗ୍ରେସ କହିଛି ।