ବଲିଉଡ଼ର ଲୋକପ୍ରିୟ ହାସ୍ୟକଳାକାର ରାଜପାଲ ଯାଦବଙ୍କୁ ହୋଇପାରେ ଜେଲଦଣ୍ଡ ! ହେରାଫେରି ମାମାଲାରେ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

52

ବଲିଉଡର ଜଣାଶୁଣା ଅଭିନେତା ରାଜପାଲ ଯାଦବଙ୍କ ବିରୁଦ୍ଧରେ ୫ କୋଟି ଟଙ୍କା ହେରାଫେରି ମାମାଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ରାଜପାଲ ଯାଦବ,ତାଙ୍କ ପତ୍ନୀ ଏବଂ କମ୍ପାନୀକୁ ଶୁକ୍ରବାର ଦିନ ଦୋଷୀ ବୋଲି ଘୋଷଣା କରିଛନ୍ତି । କୋର୍ଟ ଏହି ନିଷ୍ପିତ୍ତି ଅଭିନେତା ଏବଂ ଅନ୍ୟ ଦୁଇ ଲୋକଙ୍କ ଦ୍ୱାରା ୨୦୧୦ରେ ୫ କୋଟି ଟଙ୍କାର ମୂଳ ରାଶି ଦେଇ ନଥିବାକୁ ନେଇ ହୋଇଛି ।

ରିପୋର୍ଟ ଅନୁସାରେ ରାଜପାଲ ଯାଦବ ଫିଲ୍ମ ଅତାପତା ଲାପତା ନିର୍ମାଣ କରିଥିଲେ । ଯେଉଁଥିପାଇଁ ସେ ଦିଲ୍ଲୀର ଏକ ବିଜେନେସମ୍ୟାନଙ୍କ ଠାରୁ ୫ କୋଟି ଟଙ୍କା ଉଧାର ଆଣିଥିଲେ । ଫିଲ୍ମ ରିଲିଜ ହେଲା କିନ୍ତୁ ରାଜପାଲ ଯାଦବ ଟଙ୍କା ଫେରସ୍ତ କଲେ ନାହିଁ । ଏହି ମାମାଲାରେ ତାଙ୍କ ନିକଟକୁ କେତେକ ଥା ସମନ ଯାଇଥିଲେ ମଧ୍ୟ ସେ କୋର୍ଟରେ ପହଂଚିନଥିଲେ । କେବଳ ସେତିକିି ନୁହେଁ ତାଙ୍କ ଓକିଲ କୋର୍ଟରେ ମିଛ ଆଫିଡେବିଟ ମଧ୍ୟ ଦେଇଥିଲେ । ଏହି ପୁରା ମାମଲାରେ କୋର୍ଟ ପ୍ରାୟ ବିବ୍ରତ ଥିଲେ । ଏହି ମାମଲାରେ ହାଇ କୋର୍ଟ ୨୦୧୩ରେ ରାଜପାଲ ଯାଦବଙ୍କୁ ୧୦ ଦିନର ନ୍ୟାୟିକ କଷ୍ଟଡିରେ ନେଇଥିଲେ । ତେବେ ୨୩ ଅପ୍ରେଲରେ ଦଣ୍ଡ ଘୋଷଣା କରାଯିବ ।