ରାତି ପାହିଲେ ରଜ : ଆଜି ସଜବାଜ, ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

167

ଆଜି ସଜବାଜ । ଗାଁଠୁ ସହର ସବୁଠି ଚାଲିଛି ରଜ ପ୍ରସ୍ତୁତି । ପିଠାପଣା ପ୍ରସ୍ତୁତି ସହ ସଜବାଜରେ ବ୍ୟସ୍ତ ହୋଇପଡିଛନ୍ତି ଯୁବତୀ । ରାତିପାହିଲେ ରଜ । ଗାଁଠୁ ସହର ସବୁ ଚଳଚଂଚଳ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି । ଘରେ ଘରେ ଏବେ ପୋଡ ପିଠାର ମହକ । ଚୁଲି ମୁଣ୍ଡରେ ଚାଲିଛି ପୋଡ ପିଠା ପ୍ରସ୍ତୁତି । ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର ମହକରେ ଫାଟି ପଡୁଛି ଗାଁ ଦାଣ୍ଡ । ରଜ ପାଳିବାକୁ ହାତରେ ମେହେନ୍ଦି , ଗୋଡରେ ଅଳତା ସହ ମୁଣ୍ଡରେ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଯୁବତୀ । ସେପଟେ ରଜକୁ ନେଇ ପିଲାଠୁ ବୁଢା ଯାଏଁ ସମସ୍ତେ ଏବେ ଲାଗିପଡିଛନ୍ତି ସଜବାଜରେ । ରଜ ଦୋଳି ଖେଳ ବିନା ରଜ ଅଧୁରା । ତେଣୁ ବାଉଁଶ କଟାଯାଇ ଚାଲିଛି ଦୋଳି ପ୍ରସ୍ତୁତି । କେବଳ ସେତିକି ନୁହେଁ ଲୁଡୁ ସହ ତାସ୍ ଖେଳ ବି ଜମିଲାଣି । ହେଲେ ଏସବୁ ଭିତରେ ଗୋଟିଏ ଜିନିଷର ରହିଛି ରଜରେ ବେଶ୍ ଚାହିଦା , ରଜ ପାନ କଥାରେ ଅଛି ରଜ ପାନ ବିନା ରଜର ମଜା ଫିକା । ତେଣୁ ଆଜିଠାରୁ ପାନ ଭାଙ୍ଗି ସାରିଲେଣି ଓଡିଆ ଘରଣୀ ।

ଆଧୁନିକତାର ସ୍ପର୍ଶରେ ଏବେ ବି ଗାଁ ଗହଳିର ଲୋକ ମାନେ ରଜ ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି । ଏହି ସମୟରେ  ଚାଷୀ ତାର ଚାଷକାମ ଆରମ୍ଭ କରିଥାଏ ।