ରଜ ପୋଡପିଠା !

151

ରଜରେ ସମସ୍ତ ରନ୍ଧାବଢ଼ା କାର୍ଯ୍ୟ ବନ୍ଦ ହେଉଥିବାରୁ ପହିଲି ରଜର ପୂର୍ବ ଦିନଠୁ ବିରି ଚାଉଳ ବଟାଯାଇ ପିଠା ପ୍ରସ୍ତୁତ କରାଯାଏ । ବିଶେଷ କରି ରଜରେ ପ୍ରସ୍ତୁତ କରାଯାଏ ରଜ ପୋଡପିଠା । ଏହି ପୋଡପିଠା ବିରି, ଚାଉଳଚୁନା, ଗୁଡ ଓ ଚିନିର ମିଶାଇ ରାତିସାରା ଚୁଲିରେ ବସାଇ ପ୍ରସ୍ତୁତ କରାଯାଏ । ପିଠାରେ ଅମ୍ଳ ନଥାଏ । ଅପର ପକ୍ଷେ ଭାତରେ ଅମ୍ଳ ଥିବାରୁ ଝିଅବୋହୁ ମାନଙ୍କୁ ଏହି ତିନି ଦିନ ଏହାକୁ ଖାଇବା ଉପରେ ବାରଣ ଥାଏ ।