ଆଜି ପହିଲି ରଜ ! ଦୋଳି ଝୁଲା ସାଙ୍ଗକୁ ମହକୁଛି ପୋଡ଼ପିଠାର ବାସ୍ନା

172

କନକ ବ୍ୟୁରୋ : ଆଜି ହେଉଛି ପହିଲି ରଜ । ପୋଡ଼ପିଠା ଓ ପାନରେ ମହକୁଛି ସହରଠାରୁ ଆରମ୍ଭ କରି ପୁରପଲ୍ଲୀ । ଆଜି ବୁଧବାର ଥିବାରୁ ଆମିଷ ବଜାରରେ ବି ଭିଡ଼ ଜମିଛି । ରଜ ପାଳିବା ପାଇଁ ଗାଁଠାରୁ ଆରମ୍ଭ କରି ସହର ଯାଏଁ ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କବାଡ଼ି, ପୁଚି ଭଳି ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଛି । ପାରମ୍ପରିକ ରଜଗୀତ ସାଙ୍ଗକୁ ପିଠା ବାସ୍ନାରେ ମହକୁଛି ସାରା ପରିବେଶ । ରଜ ପାଳିବା ପାଇଁ ପାନ୍ଥନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥାର ମଧ୍ୟ ଆୟୋଜନ କରାଯାଇଛି ।