ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଗ୍ରହଣ କରିଥିଲେ ପୋଷ୍ୟ ବାପା ! ଜାଣନ୍ତୁ ଏପରି କରିବା ପଛର କାରଣ

57

ଆପଣ ଆଜି ପର୍ଯ୍ୟନ୍ତ ଛୋଟ ପିଲାଙ୍କୁ ପୋଷ୍ୟ କରିଥିବା କଥା ଶୁଣିଥିବେ, କିନ୍ତୁ ଦକ୍ଷିଣୀ ସୁପରଷ୍ଟାର ରଜନୀକାନ୍ତ ଏହାର ବିଲକୁଲ ଓଲଟା କରିସାରିଛନ୍ତି । ସେ ଜଣେ ବ୍ୟକ୍ତିଙ୍କୁ ପୋଷ୍ୟ ବାପା ରୂପେ ଗ୍ରହଣ କରିଛନ୍ତି । ଜାଣନ୍ତୁ କିଏ ସେହ ବ୍ୟକ୍ତି ଯାହାକୁ ରଜନୀକାନ୍ତି ପୋଷ୍ୟ ବାପା ରୂପେ ଗ୍ରହଣ କରିଛନ୍ତି । କାହିଁକି ରଜନୀକାନ୍ତ ଉକ୍ତ ବ୍ୟକ୍ତିଙ୍କୁ ପୋଷ୍ୟ ବାପା ରୂପେ ଗ୍ରହଣ କଲେ ?

ରଜନୀକାନ୍ତ ଯାହାକୁ ପୋଷ୍ୟ ବାପା ରୂପେ ଗ୍ରହଣ କରିଛନ୍ତି ତାଙ୍କ ନାମ ହେଲା ପି.କଲ୍ୟାଣସୁନ୍ଦରମ୍, ଯାହାଙ୍କ ବୟସ ହେଲା ୭୪ ବର୍ଷ । ସେ ଜଣେ ଅବସରପ୍ରାପ୍ତ ଲାଇବ୍ରେରୀଆନ୍ । ଚାକିରୀ ଜୀବନ ଭିତରେ ସେ ଯାହା ବି ଆୟ କରିଥିଲେ ସବୁ ଗରିବଙ୍କ କଲ୍ୟାଣ ପାଇଁ ଦାନ କରିଦେଇଥିଲେ । ଚାକିରୀରୁ ଅବସର ନେବା ସମୟରେ ପେନସନ ରୂପରେ ତାଙ୍କୁ ମଳିଥିଲା ୧୦ ଲକ୍ଷ ଟଙ୍କା ।

କେବଳ ଏତିକି ନୁହଁ ତାଙ୍କ ଉଦାରତା ଦେଖି ‘ୟୁନାଇଟେଡ଼୍ ନେସନ୍ ଅର୍ଗାନାଇଜେସନ୍’ ତାଙ୍କୁ ‘ମ୍ୟାନ ଅଫ ଦି ମିଲେନିୟମ୍’ ଉପାଧିରେ ସମ୍ମାନିତ କରିଥିଲେ । ଏହାସହ ୩୦ କୋଟି ଟଙ୍କା ପୁରସ୍କାର ରୂପରେ ମଧ୍ୟ ପ୍ରଦାନ କରିଥିଲେ । କିନ୍ତୁ କଲ୍ୟାଣସୁନ୍ଦରମ୍ ପୁଣି ଥରେ ପୁରସ୍କାର ସମସ୍ତ ରାଶିକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ ।

ତାଙ୍କ କହିବା ଅନୁସାରେ ଦୁନିଆ ଛାଡ଼ିବା ସମୟରେ ମଣିଷ ନିଜ ସହ କିଛି ବି ନେଇ ଯାଇ ପାରିବ ନାହିଁ । ଯେବେ ସୁପରଷ୍ଟାର ରଜନୀକାନ୍ତଙ୍କୁ ତାଙ୍କ ବିଷୟରେ ଜାଣିବା ପାଇଁ ପାଇଲେ, ସେ ତାଙ୍କୁ ପୋଷ୍ୟ ବାପା କରିଥିଲେ । କେବଳ ଏତିକି ନୁହଁ ରଜନୀକାନ୍ତ ତାଙ୍କୁ ନିଜ ସହ ନିଜ ଘରେ ମଧ୍ୟ ରହିବା ପାଇଁ କହିଥିଲେ । କଲ୍ୟାଣସୁନ୍ଦରମ୍ ଜଣେ ସମାଜସେବୀ ଅଟନ୍ତି ଓ ବିଗତ ୪୫ ବର୍ଷ ଧରି ଅନାଥ ପିଲାଙ୍କ ହିତ ପାଇଁ କାମ କରୁଛନ୍ତି ।

୪୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା କଲ୍ୟାଣସୁନ୍ଦରମ୍ ନିଜର କାମକୁ ବଡ଼ ଆକର ଦେଇ ଅଧିକ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚାହିଁଥିଲେ । ଏଥିପାଇଁ ସେ ପାଲମର ଆରମ୍ଭ କରିଥିଲେ । ପାଲମ ଅନୁସାରେ ପ୍ରାକୃତିକ ବିପଦ ସମୟରେ ଲୋକଙ୍କୁ ସାହାଯ୍ୟ କରାଯାଏ, ଗରିବ ପିଲାଙ୍କୁ ମାଗଣା ଶିକ୍ଷା ଦାନ ସହ ସେହି ସମୟରେ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ଲୋକଙ୍କ ସେବାରେ ଜୀବନ ବିତାଇବା ପାଇଁ କଲ୍ୟାଣସୁନ୍ଦରମ ଆଜୀବନ ଅବିବାହିତ ରହିବା ପାଇଁ ପସନ୍ଦ କରିଥିଲେ ।