ଯବାନଙ୍କ ସହ ଗୃହମନ୍ତ୍ରୀ ରାଜନାଥ ସିଂ ପାଳନ କରିବେ ଦଶହରା ! ଭାରତ-ପାକ୍ ସୀମାରେ ଅସ୍ତ୍ରପୂଜାରେ ହେବେ ସାମିଲ୍

56

କନକ ବ୍ୟୁରୋ : ବିକାନେର୍‌ ଅନ୍ତର୍ଗତ ଅତି ସ୍ପର୍ଶକାତର ଭାରତ-ପାକ୍‌ ସୀମାନ୍ତରେ ଗୃହମନ୍ତ୍ରୀ ରାଜନାଥ ସିଂହ ଦଶହରା ପାଳିବା ସହ ଅସ୍ତ୍ର ପୂଜା କରିବେ ବୋଲି ରବିବାର ଦିନ ଅଧିକାରୀମାନେ କହିଛନ୍ତି । ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି କି, ଅକ୍ଟୋବର ୧୯ ତାରିଖ ଦିନ ରାଜସ୍ଥାନର ବିକାନେର୍‌ ଅନ୍ତର୍ଗତ ଭାରତ-ପାକିସ୍ତାନ ସୀମାନ୍ତରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳର ଯବାନମାନଙ୍କ ସାଙ୍ଗରେ ଗୃହମନ୍ତ୍ରୀ ଦଶହରା ପାଳନ କରିବେ ।

ଫର୍‌ଓ୍ଵାର୍ଡ ଅଞ୍ଚଳରେ ଅବସ୍ଥିତ ବର୍ଡର୍‌ ଆଉଟ୍‌ ପୋଷ୍ଟ୍‍ ଠାରେ ସିଂହ ଅସ୍ତ୍ର ପୂଜା ମଧ୍ୟ କରିବେ । ଅସ୍ତ୍ର ପୂଜା ଦଶହରାର ଅଂଶବିଶେଷ । ରାମ ରାବଣଙ୍କୁ ପରାଜିତ କରିଥିବା କାରଣରୁ ତାହା ପାଳନ କରାଯାଏ । ଦୁଇ ଦିବସୀୟ ଗସ୍ତରେ ଗୃହମନ୍ତ୍ରୀ ଅକ୍ଟୋବର ୧୮ ତାରିଖ ଦିନ ବିକାନେର୍‌ରେ ପହଞ୍ଚିବେ । ଅକ୍ଟୋବର ୧୯ ତାରିଖ ଦିନ ଯବାନମାନଙ୍କ ସହ ଉତ୍ସବ ପାଳିବା ପୂର୍ବରୁ ରାତିରେ ବର୍ଡର୍‌ ଆଉଟ୍‌ ପୋଷ୍ଟ୍‍ରେ ରହିବେ ବୋଲି ଅଧିକାରୀଜଣକ କହିଛନ୍ତି ।

ସୀମାନ୍ତ ପରିସ୍ଥିତି ବିଷୟରେ ଆଲୋଚନା କରିବା ସହ ସିଂହ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ ବୋଲି ଆଶା କରାଯାଉଛି।