ଆଜି ଓଡିଶା ଆସୁଛନ୍ତି ରାଜନାଥ ସିଂହ । ଗୃହମନ୍ତ୍ରୀଙ୍କ ଫୋକସରେ ରହିବ ଉତ୍ତର ଓଡିଶା

୪ଟି ଲୋକସଭା ଆସନ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ସ୍ଥିତିର ସମୀକ୍ଷା କରିବେ ରାଜନାଥ

158

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଦଳ ମଧ୍ୟରେ ତତ୍ପରତା ସେତିକି ପ୍ରକାଶ ପାଉଛି । ଆଉ ସେହି ଉକ୍ରଣ୍ଠା ନେଇ ଜନତାଙ୍କ ନିକଟତର ହେବାକୁ ବିଜେପିର ଏକାଧିକ ହେବିୱେଟ ଆସୁଛନ୍ତି ଓଡିଶା ଗସ୍ତରେ । ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଗସ୍ତରେ ଆସୁଥିବା ବେଳେ ଆଜି ରାଜନାଥ ଆସୁଛନ୍ତି ଉତ୍ତର ଓଡିଶା । ଏ ସରକାର ବଦଳିବା ଦରକାର ନାରା ଦେଇ ବିଜେପି ୧୪୭ ବିଧାନସଭା ଆସନରେ ସମାବେଶ କରିବାକୁ ଯାଉଛି । ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମାର୍ଚ୍ଚ ୨ ତାରିଖରେ କୋରାପୁଟ ଗସ୍ତରେ ଆସୁଛନ୍ତି ।

ଫେବ୍ରୁଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡିଶା ଆସିବେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କିଛି କେନ୍ଦ୍ରମନ୍ତ୍ରୀ । କଳାହାଣ୍ଡିରେ ସମାବେଶ କରିବେ ଯୋଗୀ । କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ, ମନୋଜ ସିଂହ୍ନା, ମନସୁଖ ମଣ୍ଡାୱାଲିଆ ପ୍ରମୁଖ ଓଡିଶା ଆସି ୧୪୭ ବିଧାନସଭା ଆସନରେ ସମାବେଶ କରିବେ । ଆଉ ନାରା ରହିବ ଏ ସରକାର ବଦଳିବା ଦରକାର । ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ । ତେବେ ରାଜନାଥଙ୍କ ଫୋକସରେ ରହିବ ଉତର ଓଡିଶା । ୪ଟି ଲୋକସଭା ଆସନ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ସ୍ଥିତିର ସମୀକ୍ଷା କରିବେ ରାଜନାଥ ।

ମାର୍ଚ୍ଚରେ କୋରାପୁଟ ଆସିବେ ରାହୁଲ

ନିର୍ବାଚନ ପ୍ରଚାରରେ ବିଜେପି ଓ ବିଜେଡିକୁ ଚେକ ଦେବା ପାଇଁ ରାହୁଲ ଗାନ୍ଧି ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କିଛି ଦିନ ମଧ୍ୟ ଦୁଇ ଦୁଇଥର ଗସ୍ତରେ ଆସିଥିବା ରାହୁଲ ପୁଣିଥରେ ଆସନ୍ତା ମାସ ପ୍ରଥମ ସପ୍ତାହରେ କୋରାପୁଟ ଆସୁଛନ୍ତି । ତେବେ ଚଳିତ ମାସ ଶେଷ ସପ୍ତାହରେ ରାହୁଲଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା ମାତ୍ର କୌଣସି କାରଣରୁ ଏହାକୁ ମାର୍ଚ୍ଚ ୨ ତାରିଖରୁ ପରିବର୍ତ୍ତନ କରିଦିଆଯାଇଛି । ତେବେ ନୂଆକରି କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଓଡିଶା ଆଣିବା ପାଇଁ ଉଦ୍ୟମ ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।