ବିମୁଦ୍ରାକରଣକୁ ବିରୋଧ ! ରାଜନାଥ ସିଂହ ଡାକିଥିବା ବୈଠକରେ ଯୋଗ ଦେଲେନି ବିରୋଧୀ

20

କନକ ବ୍ୟୁରୋ : ବିମୁଦ୍ରାକରଣକୁ ସବୁଦଳ ପକ୍ଷରୁ କରାଯାଉଛି ବିରୋଧ, ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ଡାକିଥିବା ବୈଠକରେ ଯୋଗଦେଇ ନାହାନ୍ତି ବିରୋଧୀ । ରାଜନାଥଙ୍କ ବୈଠକକୁ ଏକରକମ ବହିଷ୍କାର କରିଛନ୍ତି ବିରୋଧୀ । ବିମୁଦ୍ରାକରଣ ପ୍ରସଙ୍ଗରେ ସରକାରଙ୍କୁ କିପରି ଘେରିବେ ବିରୋଧୀ ସେ ନେଇ ରଣନୀତି ପ୍ରସ୍ତୁତ ଚାଲିଛି ।

୨୮ତାରିଖ ପର୍ଯ୍ୟନ୍ତ ବିମୁଦ୍ରାକରଣ ପ୍ରସଙ୍ଗରେ ସରକାରଙ୍କ ସହ କୌଣସି ଆଲୋଚନା କରିବା ପାଇଁ ମନା କରିଛନ୍ତି ବିରୋଧୀ । ଆଜି ଏନେଇ ବିରୋଧୀ ଦଳର ବରିଷ୍ଠ ନେତା ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଦାବି କରିଛନ୍ତି ବିରୋଧୀ ।