ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜନାଥ ସିଂ ! ପାକ ଉପରେ ଆକ୍ରମଣ ନେଇ ସିଆରପିଏଫ୍, ବିଏସଏଫ୍ ଓ ସିଆଇଏସଏଫ୍ ଡିଜିଙ୍କ ସହ ଆଲୋଚନା କରିବେ ଗୃହମନ୍ତ୍ରୀ

326

କନକ ବ୍ୟୁରୋ : ଗୃହମନ୍ତ୍ରୀ ରାଜନାଥ ସିଂ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ସାମିଲ ହେଲେ ଅର୍ଦ୍ଧସୈନିକ ବଳ ଡିଜି ସାମିଲ୍ ହେବେ । ସିଆରପିଏଫ୍, ବିଏସଏଫ୍ ଓ ସିଆଇଏସଏଫ୍ ଡିଜିଙ୍କ ସହ ବୈଠକ ଆଲୋଚନା କରିବେ ରାଜନାଥ ସିଂ । ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ନେଇ ବୈଠକ ଡକାଯାଇଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଜରୁରୀ ବୈଠକ ଡାକିଛନ୍ତି । ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିବେ ପ୍ରତିରକ୍ଷା ମନ୍ତ୍ରୀ ।

ଅନ୍ୟପଟେ ଭାରତ ବାୟୁସେନାର ଆକ୍ରମଣ ପରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏନସିଏ ବୈଠକ ଡାକିଛନ୍ତି । ପାକିସ୍ତାନର ଏନସିଏ ହାତରେ ରହିଛି ପରମାଣୁ ନିୟନ୍ତ୍ରଣ କ୍ଷମତା । ପାକିସ୍ତାନରେ ଭାରତୀୟ ବାୟୁସେନାର ଆକ୍ରମଣ ନେଇ ଆଲୋଚନା ହେବାର ରହିଛି ।