ରାଜନଗରରେ ବାରିପଦା ଘଟଣାର ପୁନରାବୃତ୍ତି : ସୈତାନ ସାଜିଲା ଶ୍ୱଶୁର

74

କନକ ବ୍ୟୁରୋ :  ରାଜନଗରରେ ରାଇରଙ୍ଗପୁର ଘଟଣାର ପୁନରାବୃତ୍ତି ହୋଇଛି । ଶ୍ୱଶୁର ପାଲଟିଛି ସୈତାନ । ବୋହୁକୁ ଏକୁଟିଆ ପାଇ ଶ୍ୱଶୁର ବୋହୂକୁ ବାରମ୍ବାର ଦୁଷ୍କର୍ମ କରିଛି । ବୋହୂର ହାତ ଗୋଡ ବାନ୍ଧି, ପାଟିରେ ଗାମୁଚ୍ଛା ପୁରାଇ ବାରମ୍ବାର ଦୁଷ୍କର୍ମ କରିଥିବା ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ରାଜନଗର ବଡନାଉକଣାରେ ଏହି ଘଟଣା ଘଟିଛି । ପୁଅ ହାଇଦ୍ରାବାଦ ଚାଲିଯାଇଥିବାରୁ ଅନୁପସ୍ଥିତିର ସୁଯୋଗ ନେଇ ଶ୍ୱଶ୍ୱର କ୍ଷୀରୋଦ ଭଦ୍ର ଏଭଳି ପାପକାମ କରିଛି । ଏ ନେଇ ଅଭିଯୋଗ ହେବା ପରେ ପୋଲିସ ତନାଘନା କରି ଶ୍ୱଶୁରକୁ ଗିରଫ କରିଛି । କିଛିଦିନ ତଳେ ଏଭଳି ଘଟଣା ରାଇରଙ୍ଗପୁରରେ ଘଟିଥିଲା । ଯାହା ରାଜ୍ୟ ତଥା ଦେଶରେ ଆଲୋଚନାର ବିଷୟ ପାଲଟିଥିଲା । ଏଭଳି ଅମାନବୀୟ ଘଟଣାକୁ ସମସ୍ତେ ନିନ୍ଦା କରିଥିଲେ । ରାମଗୋପାଳ ଖେମକା । ରାଇରଙ୍ଗପୁରର ବିଶିଷ୍ଟ ବ୍ୟବସାୟୀ । ହେଲେ ରାକ୍ଷସରୂପୀ ଶ୍ୱଶୁର । ୩ ବର୍ଷ ତଳେ ଯାହାକୁ ବୋହୁ କରି ଘରକୁ ଆଣିଥିଲେ ତାଉପରେ ହିଁ ରଖିଥିଲେ ପାପ ନଜର । ଝିଅ ସମାନ ନିଜ ବୋହୂକୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ ଶ୍ୱଶୁର । ଆଉ ଅରାଜି ହେଲେ ମିଳୁଥିଲା ହତ୍ୟା ଧମକ । ଏହେଉଛି ତାର ପ୍ରମାଣ । ଶେଷରେ ନିଜ ବୋହୁକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିଲା ଜହ୍ଲାଦ ଶଶୁର । ଆଉ ପାଶବିକ ନିର୍ୟାତନା ପରେ ପ୍ରମାଣ ନଷ୍ଟ ପାଇଁ ଅସୁର ବନିଯାଇଥିଲା ଶଶୁର । ନିଜ ପାପକୁ ଲୁଚାଇବା ପାଇଁ ବୋହୂ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା ।