ଅଭିନେତା ରାଜକୁମାର ରାଓଙ୍କ ଖୁଲାସା ! ଗୋରା ହୋଇନଥିବାରୁ ଅନେକ ଫିଲ୍ମରୁ ବାଦ ପଡିଥିଲେ ମହାନ କଳାକାର । 

38

ରାଜକୁମାର ରାଓ ବଲିଉଡର ଏକ ଚର୍ଚ୍ଚିତ ଚେହେରା । ନିଜ ଅଭିନୟ ଯାଦୁରେ ଅନେକ ପ୍ରଶଂସକଙ୍କ ଦୃଦୟ ସେ ଜିତି ପାରିଛନ୍ତି । ରାଷ୍ଟ୍ରୀୟ ଫିଲ୍ମ ଆୱାର୍ଡ ଓ ଫିଲ୍ମ ଫେୟାର ଆୱାର୍ଡ ପରି ଅନେକ ପୁରଷ୍କାର ଜିତି ସେ କାହାଠାରୁ କମ ନୁହଁନ୍ତି ବେଲି ପ୍ରମାଣ କରିଛନ୍ତି । କିନ୍ତୁ ନିକଟରେ ରାଜକୁମାର ପ୍ରକାଶ କରଛନ୍ତି ଯେ ସେ ଗୋରା ହୋଇନଥିବାରୁ ସେ ଅନେକ ଫିଲ୍ମରୁ ବାଦ ପଡିଥିଲେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ବଲିଉଡ ଅଭିନେତା ରାଜକୁମାର ରାଓ ଓ ନିର୍ଦ୍ଦେଶକ-କୋରିଓଗ୍ରାଫର ଫାରାହ ଖାନ ନିକଟରେ ଏକ ଟିଭି’ ଶୋ ରେ ନଜର ଆସିଥିଲେ । ‘ଟେପ କାଷ୍ଟ’ ଶୋ’ରେ ଏହି ଦୁଇ ସେଲିବ୍ରିଟିଙ୍କ ମଧ୍ୟରେ ଇଣ୍ଡଷ୍ଟ୍ରୀ ସହ ଜଡିତ ଅନେକ କଥା ଆଲୋଚନା କରାଯାଇଥିଲା । ନାପୋଟିସିମ ପରି ଅନେକ ବିଷୟ ଉପରେ ଆଲୋଚନା କରାଯାଇଥିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହ ଫାରାହ ଏବଂ ରାଜକୁମାର ଇଣ୍ଡଷ୍ଟ୍ରୀରେ ହେଉଥିବା ଗସିପ, ଗୁଜବ, ରିଜେକସନ ପରି ଅନେକ ବିଷୟରେ ଆଲୋଚନା କରିଥିଲେ ।

ଏହି ଶୋରେ ରାଜ କୁମାରଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ତାଙ୍କ ସହ ହୋଇଥିବା ରିଜେକସନ ବିଷୟରେ ସେ ପ୍ରକାଶ କରିଥିଲେ । ରିଜେକସନର କାରଣ ଥିଲା ତାଙ୍କ ସ୍କିନ କମ୍ପଲେକସନ । ରାଜକୁମାରଙ୍କ କହିଥିଲେ ସେ ତାଙ୍କ ଚେହେରାର ରଙ୍ଗକୁ ନେଇ ଗର୍ବ ଅନୁଭବ କରନ୍ତି । ଏଥିସହ ସେ ଏହା ମଧ୍ୟ କହିଥିଲେ ଯେ ‘ମୁଁ ଏକ ଅଭିନେତା । ମୁଁ ଫିଲ୍ମ ଦୁନିଆକୁ ମୋ ଫେୟାରନେସ ବିକ୍ରି କରିବାକୁ ଆସିନି । ମୋତେ ଏ ବିଷୟ ଶୁଣି ହସ ଲାଗେ ।’

ସେହିପରି ରାଜକୁମାର ରିଜେକସନକୁ ନେଇ ଆଉ ଏକ କଥା ଶେୟାର କରିଥିଲେ । ରାଜକୁମାର କହୁଥିଲେ ଯେ ସେ ପାର୍ସୀ ରୋଲ ପ୍ଲେ କରିବାକୁ ଚାହୁଁଥିଲେ । କିନ୍ତୁ ସେ ଗୋରା ହୋଇନଥିବାରୁ ତାଙ୍କୁ ରିଜେକ୍ଟ କରାଯାଇଥିଲା । ଏଥିରେ ଫାରାହ ରାଜକୁମାରଙ୍କୁ କହିଥିଲେ ଯେ ଆପଣ ପାର୍ସୀ ପରି ଦେଖାଯାଉନାହାଁନ୍ତି । ଏଥିରେ ରାଜକୁମାର ପ୍ରଶ୍ନ କରିଥିଲେ ନାସୀଋଦ୍ଧୀନ ଶାହା କିପରି ପେଷ୍ଟୋଂଜୀରେ ପାର୍ସୀ ଚରିତ୍ରରେ ଅଭିନୟ କରିଥିଲେ ? ଏହି ପ୍ରଶ୍ନର ଉତ୍ତର ଦେଇ ଫାରାହ କହିଥିଲେ ଯେ ‘ନାସୀଋଦ୍ଧୀନଙ୍କର ସ୍ୱର ପାର୍ସୀ ପରି ଏବଂ ସେ ପାର୍ସୀ ପରି ଆଚରଣ ମଧ୍ୟ କରନ୍ତି ।’ ସେହିପରି ରାଜକୁମାର କହିଥିଲେ ସେ ପାର୍ସୀ ପରି ଦେଖାଯାଇପାରିବେ ଏବଂ ଅଭିନୟ କରିପାରିବେ କି ନାହଁ ଫାରାହଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଫାରାହ ସକାରତ୍ମକ ଭାବେ ହଁ କରିଥିଲେ ।