ଯେବେ ୮୦ ବର୍ଷୀୟା ଅଭିନେତ୍ରୀଙ୍କୁ କିସ୍ କଲେ ରାଜକୁମାର୍ ! ଜାଣନ୍ତୁ ତାପରେ କଣ ହେଲା ସୁଟିଂ ସେଟରେ . . .

111

ବଲିଉଡରେ ଏବେ ସମୟ ଚାଲିଛି ହଟ୍ ସିନ୍ ଦେଇ ସିନେମାକୁ ହିଟ୍ କରିବା । ତେଣିକି ଉଭୟ ନାୟକ ଏବଂ ନାୟିକାଙ୍କ ମଧ୍ୟରେ ବୟସର ତାରତମ୍ୟ ଯାହା ବି ହେଉନା କାହିଁକି । ଏବେ ଏହି ତାଲିକାରେ ଜଣେ ନୂଆ ନାୟକଙ୍କ ନାଁ ଯୋଡି ହୋଇ ଯାଇଛି । ସେ ହେଉଛନ୍ତି ରାଜକୁମାର୍ ରାଓ । ଆଗାମୀ ସିନେମା ‘ବେହେନ୍ ହୋଗି ତେରି’ ପାଇଁ ଜଣେ ୮୦ ବର୍ଷୀୟା ଅଭିନେତ୍ରୀଙ୍କୁ କିସ୍ କରିଛନ୍ତି ରାଜକୁମାର୍ । ତେବେ ଏହି ସିନ୍ ପାଇଁ ତାଙ୍କୁ ୧୮ ଥର ରିଟେକ୍ ନେବାକୁ ପଡିଥିଲା ।

ସୂଚନା ଅନୁସାରେ, ରାଜକୁମାରଙ୍କୁ ବର୍ଷିୟାନ୍ ଅଭିନେତ୍ରୀ କମଲେଶ ଗିଲଙ୍କ ପାଟିରେ ପବନ ଭର୍ତ୍ତି କରିବାର ଏକ ସିନ୍ ଥିଲା । ହେଲେ ଏହି ସିନର ସୁଟିଂ ସମୟରେ ରାଜକୁମାର୍ ବାରମ୍ବାର ହସି ଦେଉଥିଲେ । ଫଳରେ ୧୮ ଥର ରିଟେକ୍ ନେବା ପରେ ସିନଟି ଓକେ ହୋଇଥିଲା । ତେବେ ଏହି ସିନ୍ ପରେ ପୁରା ୟୁନିଟ୍ ଦିନ ସାରା ହସ ରୋକି ପାରି ନଥିଲା ।

ସୌଜନ୍ୟ : ଫିଲ୍ମିବିଟ୍