ରାଜକନିକାରେ ଦୁଷ୍କର୍ମ ଘଟଣାକୁ ନେଇ କମ୍ପିଲା ବିଧାନସଭା ! କଂଗ୍ରେସର ଅଭିଯୋଗ, ପୀଡିତାଙ୍କୁ କେଉଁ ଦଳର ବୋଲି ପଚାରିଲା ପୋଲିସ, ଖଣ୍ଡନ କଲେ ପୀଡିତାଙ୍କ ମା’

21

କନକ ବ୍ୟୁରୋ : କେନ୍ଦ୍ରାପଡା ରାଜକନିକାରେ ୩ ବର୍ଷର ଶିଶୁକୁ ବଳାକ୍ରାର । ଯାହାକୁ ନେଇ ଆଜି ସରଗରମ ହୋଇଥିଲା ବିଧାନସଭା । ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ଦୁଷ୍କର୍ମ ଅଭିଯୋଗ କରିବାକୁ ଥାନାକୁ ଯାଇଥିବା ଶିଶୁର ପରିବାରକୁ କେଉଁ ଦଳର ବୋଲି ପ୍ରଶ୍ନ କରିଥିଲେ ଥାନାଧିକାରୀ । ଏପରିକି ପୋଲିସ ଅଭିଯୋଗ ମଧ୍ୟ ରଖିନଥିଲା । ଏହି ଘଟଣା ସହ ରାଜ୍ୟରେ ବଢିଚାଲିଥିବା ମହିଳା ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉତର ଦାବି କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏଥିସହ ଅଭିଯୋଗ କରିଥିଲେ, ଥାନା ପାଲଟିଛି ବିଜେଡିର ଦଳୀୟ କାର୍ଯ୍ୟାଳୟ

vlcsnap-2017-12-01-19h56m35s968୩ ବର୍ଷର ଶିଶୁକୁ ଦୁଷ୍କର୍ମ । କେନ୍ଦ୍ରାପଡା ରାଜକନିକାର ଏଭଳି ଲଜ୍ଜାଜନକ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଘରେ ଖେଳୁଥିବା ବେଳେ ଚକୋଲେଟ୍ ଲୋଭ ଦେଖାଇ ଶିଶୁକୁ ଡାକି ନେଇଥିଲା ଅଭିଯୁକ୍ତ । ପରେ ତା ସହ ଦୁଷ୍କର୍ମ କରିଥିଲା । ଅଭିଯୋଗ ହୋଇଛି, ପୋଲିସ ମାମଲା ରୁଜୁ କରିଥିଲା କିନ୍ତୁ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରିନଥିଲା । ତେବେ ଘଟଣାର ୧୫ ଦିନ ପରେ ମୁମ୍ବାଇରୁ ଗିରଫ ହୋଇଛି ଅଭିଯୁକ୍ତ ।

ରାଜକନିକାର ଏଭଳି କଳଙ୍କିତ କାହାଣୀକୁ ନେଇ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିରୋଧୀ କଂଗ୍ରେସ ଗୃହରେ ହଙ୍ଗାମା କରିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ପୀଡିତା ପରିବାରକୁ କେଉଁ ଦଳର ବୋଲି ପ୍ରଶ୍ନ କରିଥିଲେ ଥାନାଧିକାରୀ । ଏପରିକି ପରିବାର, କଂଗ୍ରେସ ସମର୍ଥକ ଜାଣିବା ପରେ ଅଭିଯୁକ୍ତକୁ ଧରିବାକୁ ଆଗ୍ରହ ଦେଖାଇନଥିଲା ପୋଲିସ । ବରଂ ତଦନ୍ତର ଆଳ ଦେଖାଇ ଅଭିଯୁକ୍ତକୁ ଛାଡି ଦେଇଥିଲା ପୋଲିସ ।

ଗୃହରେ କଂଗ୍ରେସର ଏଭଳି ଅଭିଯୋଗ ପରେ ପୀଡିତାଙ୍କ ପରିବାର କିନ୍ତୁ କହିଛନ୍ତି, ପୋଲିସ ତାଙ୍କୁ ଦଳ ନେଇ ସେଭଳି କିଛି ପ୍ରଶ୍ନ କରିନାହିଁ । ଏଠି ପ୍ରଶ୍ନ ଉଠୁଛି, କଂଗ୍ରେସର ଏଭଳି ଅଭିଯୋଗ ପଛରେ ସତ୍ୟତା କଣ ? ଜାଣିଶୁଣି ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି କି କଂଗ୍ରେସ? ନା, ବିଜେଡି କିମ୍ବା ପ୍ରଶାସନ ଚାପରେ କଥା ବଦଳାଉଛନ୍ତି ପୀଡିତାଙ୍କ ପରିବାର ?