ପରବର୍ତ୍ତୀ ସିଏଜି ହେବେ ପୂର୍ବତନ ଗୃହ ସଚିବ ରାଜୀବ ମେହରିଷି ! ସିଏଜି ଶଶିକାନ୍ତ ଶର୍ମାଙ୍କ ସ୍ଥାନ ନେବେ ରାଜୀବ

21

କନକ ବ୍ୟୁରୋ : ଗୁରବାର ଦିନ କେନ୍ଦ୍ର ସରକାର ବିଦାୟୀ ଗୃହ ସଚିବ ରାଜୀବ ମେହରିଷିଙ୍କୁ ନୂତନ କଂପ୍ଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ୍ ଏବଂ ପୂର୍ବତନ ସୂଚନା ଏବଂ ପ୍ରସାରଣ ସଚିବ ସୁନୀଲ ଅରୋରାଙ୍କୁ ତୃତୀୟ ନିର୍ବାଚନ କମିସନ ଭାବେ ନିଯୁକ୍ତ କରିଛନ୍ତି । ୧୭ ଜଣ ନୂତନ ସଚିବ ଏବଂ ଅତିରିକ୍ତ ସଚିବ ନିଯୁକ୍ତି ପରିପ୍ରେକ୍ଷୀରେ ଏହି ନିଯୁକ୍ତି ଦିଆଯାଇଛି ।

ଗୃହ ସଚିବ ପଦବୀରୁ ଅବସର ଗ୍ରହଣ କରିବାର ଘଣ୍ଟାକ ମଧ୍ୟରେ ମେହରିଷିଙ୍କୁ ନୂତନ କାର୍ୟ୍ୟର ଦାୟିତ୍ୱ ମିଳିଛି ଏବଂ ସେପ୍ଟେମ୍ବର ୨୪ ତାରିଖରେ ଶଶିକାନ୍ତ ଶର୍ମାଙ୍କର କାର୍ଯ୍ୟକାଳ ପୁରିଗଲେ ସେ ନୂତନ ସିଏଜି ହେବେ ।ଅରୋରା ନିର୍ବାଚନ ସଦନରେ ଖାଲି ପଡ଼ିଥିବା ପଦବୀ ପୂରଣ ପୂର୍ବକ ଜଣେ ପୂର୍ଣ୍ଣକାଳୀନ ନିର୍ବାଚନ କମିସନର ହେବେ । ଏକେ ସିଇସି ଜୋତି ଏବଂ ଅନ୍ୟ ନିର୍ବାଚନ କମିସନର୍ ଓପି ରାଓ୍ଵତଙ୍କ ସହ ସେ ପୂର୍ଣ୍ଣ ମାନ୍ୟତାପ୍ରାପ୍ତ ନିର୍ବାଚନ କମିସନର୍ ହେବେ ।