ରାଜୀବ ଗାନ୍ଧି ଓ ଶ୍ୟାମ ପିଟ୍ରୋଡାଙ୍କ ମିଳିତ ଉଦ୍ୟମରେ ଭାରତରେ ପ୍ରଥମେ କମ୍ପ୍ୟୁଟର ସେବା ଆରମ୍ଭ ହୋଇପାରିଥିଲା

72

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ ଗାନ୍ଧିଙ୍କର ଆଜି ଜନ୍ମ ବାର୍ଷିକ ଦିବସ । ରାଜୀବ ୧୯୪୪ ମସିହା ୨୦ ଅଗଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ତେବେ ସେ ଦେଶର ୭ମ ତଥା ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ । ସେ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ ଯାହାଙ୍କ ଶାସନ କାଳରେ ଦେଶରେ ପ୍ରଥମ କମ୍ପ୍ୟୁଟର ଦେଖାଯାଇଥିଲା । ଭାରତରେ କମ୍ପୁଟର ଆସିବା ଦିଗରେ ରାଜୀବଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । କେବଳ ଭାରତରେ କମ୍ପ୍ୟୁଟର ଆଣିବା ଦିଗରେ ନୁହେଁ ବରଂ ଟେକ୍ନୋଲୋଜିକୁ ଆଗକୁ ନେବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।

 

ଏହାସହ ଦେଶରେ ୨ବୃହତ ଟେଲିକମ କମ୍ପାନୀର ମଧ୍ୟ ପ୍ରତିଷ୍ଠା କରିଥିଲେ । ତେବେ କମ୍ପ୍ୟୁଟର ଆସିବା ଦ୍ୱାରା ସାରା ବାରତରେ ସୂଚନା ଦେବାଠାରୁ ଆରମ୍ଭ କରି ସମସ୍ତ ଦିଗରେ ଲୋକମାନେ ଲାଭ ପାଇଲେ । ତେଣୁ ଏହାକୁ ଲୋକମାନେ ମଧ୍ୟ ଆପଣାଇବାରେ ଲାଗିଲେ । ପୂର୍ବରୁ ସମସ୍ତ କାମ କେବଳ କାଗଜ ଓ କଲମ ମାଧ୍ୟମରେ ହେଉଥିଲା ହେଲେ ପରେ କମ୍ପ୍ୟୁଟରରେ ହେବା କାରଣରୁ ସମସ୍ତ କାମ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ହୋଇ ପାରିଲା ତେଣୁ ଲୋକମାନେ ମଧ୍ୟ ଧିରେ ଧିରେ ଏହାରି ମାଧ୍ୟମରେ କାମ କରିବାକୁ ଲାଗିଲେ । ତେବେ ସେତେବେଳ ସମୟରେ ଭାରତରେ କମ୍ପ୍ୟୁଟରରେ କାମ କରାିବା ଏତେ ପରିମାଣରେ ସହଜ ନଥିଲା । କାରଣ ଏହାର ଦାମ ମଧ୍ୟ ବହୁ ଅଧିକ ଥିଲା । ସେହି ସମୟରେ ସରକାର କମ୍ପ୍ୟୁଟରକୁ ମୁକ୍ତ ଭାବରେ ବ୍ୟବହାର କରିବା ପାଇଂ କହିଥିଲେ ।

 

ଏହାପରେ ସାଧାରଣ ଲୋକମାନଙ୍କ ପାଇଂ ଏହା ଶସ୍ତା ହୋଇଥିଲା କାରଣ ଏହା ପୂର୍ବରୁ କେବଳ ଗୁଇନ୍ଦା ବିବାଗରେ ଏହାର ବ୍ୟବହାର କରାଯାଉଥିଲା । ତେବେ ଭାରତରେ କମ୍ପୁଟର ଆସିବାରେ ସ୍ୟାମ ପିଟ୍ରୋଡାଙ୍କର ମଧ୍ୟ ଅନେକ ଭୂମିକା ରହିଥିବା ଜଣାଯାଏ । ସେ ରାଜୀବଙ୍କ ସହ ମିଶି ଲୋକମାନଙ୍କୁ କମ୍ପ୍ୟୁଟର ବିଷୟରେ ବୁଝାଇଥିଲେ । ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀ କାଳରେ ୧୯୭୦ମସିହାରେ ଶକ୍ତି ମନ୍ତ୍ରଣାଳୟର ଆରମ୍ଭ ହୋଇଥିଲା । ପରେ ୧୯୭୮ ମସିହାରେ ଆଇବିଏମ ସାହାର୍ଯ୍ୟରେ ଭାରତରେ କମ୍ପ୍ୟୁଟର ନିର୍ମାଣ ଆରମ୍ଭ ହୋଇଥିଲା । ତେବେ ଥରେ ଶ୍ୟାମ ପିଟ୍ରୋଡା କହିଥିଲେ ନରେନ୍ଦ୍ର ମୋଦି ନୁହନ୍ତି ବରଂ ରାଜୀବ ଗାନ୍ଧି ହିଁ ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖିଥିଲେ । ତେବେ କହିବାକୁ ଗଲେ ଭାରତରେ ରାଜୀବ ଗାନ୍ଧିହିଁ କମ୍ପ୍ୟୁଟର ସେବା ଆରମ୍ଭ କରିଥିଲେ ।