ସାମ୍ନାକୁ ଆସିଲା ରଜନୀକାନ୍ତଙ୍କ ଆଗାମୀ ସିନେମା ‘୨.୦’ ର ପ୍ରଥମ ଲୁକ୍

40

maxresdefault-13ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ସିନେମା ‘୨.୦’ ର ପ୍ରଥମ ଲୁକ ସାମ୍ନାକୁ ଆସି ଯାଇଛି । ଏଇ ସିନେମାର ପୋଷ୍ଟରକୁ ରଜନୀକାନ୍ତ ଓ ଅକ୍ଷୟ କୁମାର ଟ୍ୱିଟ କରିଛନ୍ତି । ଏହି ସିନେମାରେ ଅକ୍ଷୟ କୁମାର ଭିଲେନ ଚରିତ୍ରରେ ଅଭିନୟ କରୁଛନ୍ତି ।

ସୂଚନାରୁ ଜଣାପଡିଛି ସିନେମାର ପ୍ରଥମ ଭିଡିଓ ଲୁକକୁ ୨୦ ନଭେମ୍ବର ମୁମ୍ବାଇରେ ରିଲିଜ କରାଯିବ । ସିନେମାର ନିର୍ମାତା ଏହାର ପ୍ରଥମ ଲୁକ ରିଲିଜ ପାଇଁ ଏକ ବଡ ଇଭେଂଟ ଆୟୋଜନ କରିଥିଲେ । ସିନେମାର ଟିଜର ଆସନ୍ତା ବର୍ଷ ସଂକ୍ରାନ୍ତିରେ ରିଲିଜ ହେବ ।

22ଏହି ସିନେମା ୨୦୧୦ରେ ରିଲିଜ ହୋଇଥିବା ସିନେମା ଇଂଥିରନର ସିକ୍ୱେଲ । ସିନେମା ତିଆରି ହେବାପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ବ୍ୟତୀତ ଏହି ସିନେମାରେ ଏମି ଜ୍ୟାକସନ୍, ସୁଧାଂଶୁ ପାଣ୍ଡେ ଓ ଅଦିଲ ହୁସେନ ମଧ୍ୟ ଅଭିନୟ କରିଛନ୍ତି ।