ରଜନୀକାନ୍ତଙ୍କ ବଡ ହୃଦୟ ! ଚାଷୀମାନଙ୍କ ପାଇଁ ଦେଲେ ୧କୋଟି ଟଙ୍କା

34

ରାଜନୀତିରେ ପାଦ ଦେବା ଖବର ପରେ ପୁଣି ଥରେ ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତ । ଏଥର ଚାଷୀ ମାନଙ୍କ ପାଇଁ ବଡ ପଦକ୍ଷେପ ନେଇଛନ୍ତି ରଜନୀକାନ୍ତ । ଦକ୍ଷିଣ ଭାରତୀୟ ନଦୀ ଗୁଡିକୁ ଇଂଟର୍ ଲିକିଙ୍ଗ୍ କରିବା ପାଇଁ ରଜନୀକାନ୍ତ ୧ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୃତି ଦେଇଛନ୍ତି ।

ଏହା ପୂର୍ବରୁ ମଧ୍ୟ ଅନେକ ଥର ନଦୀମାନଙ୍କ ଇଂଟରଲିକିଙ୍ଗ୍ କରିବା ପାଇଁ କଥାବାର୍ତ୍ତା ଚାଲିଥିଲା । କିନ୍ତୁ କାର୍ଯ୍ୟକାରୀ ହୋଇପାରୁନଥିଲା । ଏବେ ଏହି ଟଙ୍କା ମିଳିବା ପରେ ଯଦି ନଦୀ ଗୁଡିକ ଇଂଟରଲିକିଙ୍ଗ୍ କରାଯାଏ ତାହେଲେ ଚାଷୀମାନେ ଉପକୃତ ହେବେ । ତେବେ ରାଜନୀତିରେ ପାଦ ଦେବା ପାଇଁ ଏହା ମୂଳଦୂଆ ବୋଲି ରଜନୀକାନ୍ତଙ୍କ ଏହି ପଦକ୍ଷେପ ପ୍ରମାଣିତ କରୁଛି ।