ରାଜଗାଙ୍ଗପୁର : ଓସିଏଏଲ୍ କନଭେୟର ବେଲ୍ଟରେ ଲାଗିଲା ନିଆଁ, ଜଳିଗଲା ୧୦୦ମିଟର ବେଲ

40

କନକ ବ୍ୟୁରୋ : ରାଜଗାଙ୍ଗପୁର ଓସିଏଏଲ୍ କନଭେୟର ବେଲ୍ଟରେ ଲାଗିଲା ନିଆଁ । ଜଳିଗଲା ୧୦୦ମିଟର ବେଲ୍ଟ । ନିଆଁରେ ପୋଡିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଲାଞ୍ଜିବେର୍ଣ୍ଣାଠାରୁ ରାଜଗାଙ୍ଗପୁରସ୍ଥିତ ଓସଏଲ୍ କାରଖାନାକୁ କନଭେୟର ବେଲ୍ଟ ମାଧ୍ୟମରେ ଚୂନପଥର ପରିବହନ ହୋଇଥାଏ । ବାବୁଡିହି ନିକଟରେ ଥିବା ୪ ଓ ୫ନମ୍ବର ସ୍ତମ୍ବ ମଧ୍ୟରେ ନିଆଁ ଲାଗିଯାଇଥିଲା । ସୂଚନା ପାଇ ଓସିଏଲ ଓ କୁତ୍ରାର ଦୁଇଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡରେ ସଠିକ୍ କାରଣ ଜଣାପଡିନି ।