ମୃତ୍ୟୁର ଘର ପାଲଟିଲା ଏମଆରଆଇ ମେସିନ ! ଚିକିତ୍ସା ପାଇଁ ମା’ଙ୍କୁ ନେଇଥିଲେ, ଶବ ହୋଇ ଘରକୁ ଫେରିଲେ

50

ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଆଣିଥିଲେ କିନ୍ତୁ ହସ୍ପିଟାଲରେ ଯେ ତାଙ୍କୁ କାଳଫାଶ ପକାଇ ଯମ ଜଗି ବସିଛି ସେକଥା ଜାଣି ନଥିଲେ ରାଜେଶ । ହସ୍ପିଟାଲରେ ମା’ ଭଲ ହେବେ କଣ ବରଂ ସବୁଦିନ ପାଇଁ ହରାଇଥିଲେ ବଢିଲା ପୁଅକୁ । ଏଭଳି ଘଟଣା ମୁମ୍ବାଇର ନାୟର ହସ୍ପିଟାଲରେ ଦେଖିବାକୁ ମିଳିଛି । ହସ୍ପିଟାଲର ଏମଆର÷ାଇ ମେସିନରେ ଫସିଯିବା ପରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ରାଜେଶଙ୍କୁ ହସ୍ପିଟାଲର ଜଣେ କର୍ମଚାରୀ ଅକ୍ସିଜେନ୍ ସିଲିଣ୍ଡର ସହିତ ଏମଆରଆଇ ରୁମକୁ ପଠାଇ ଦେଇଥିଲ। ରୁମକୁ ଯିବା କ୍ଷଣି ରାଜେଶକୁ ଏମ୍ଆରଆଇ ମେସିନ୍ ଅକ୍ସିଜେନ୍ ସିଲିଣ୍ଡର ସମେତ ଟାଣି ନେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

mri-scannerସୂଚନାଯୋଗ୍ୟ, ରାଜେଶ ମାରୁଙ୍କୁ ଏମଆରଆଇ ରୁମରେ ପଠାଇଥିବା ବ୍ୟକ୍ତି ହସ୍ପିଟାଲର ଓ୍ଵାର୍ଡ ବୟ ଥିଲା। ରାଜେଶ ରୁମକୁ ଯିବାମାତ୍ରେ ଏମ୍ଆରଆଇ ମେସିନ୍ ତାଙ୍କୁ ଟାଣି ନେଇଥିଲା। ଫଳରେ ରାଜେଶ ହାତରେ ଧରିଥିବା ଅକ୍ସିଜେନ୍ ସିଲିଣ୍ଡର ଖୋଲି ଯାଇଥିଲା ଓ ଗ୍ୟାସ୍ ତାଙ୍କ ପେଟ ଭିତରକୁ ଚାଲି ଯାଇଥିଲା। ଗ୍ୟାସ ଶରୀର ଭିତରକୁ ଯିବା ଫଳରେ ତାଙ୍କ ଶରୀର ଫୁଲିବାକୁ ଲାଗିଥିଲା ଏବଂ ତାଙ୍କ ଆଖି ବାହାରକୁ ବାହାରି ଆସିଲା। ରାଜେଶ ବହୁତ କଷ୍ଟ ପାଇବା ପରେ କିଛି ସମୟ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ହସ୍ପିଟାଲ ପ୍ରଶାସନ ଏହି ମାମଲାର ଅନୁସନ୍ଧାନ କରି ଏହି ଘଟଣାରେ ସାମିଲ ଥିବା ଓ୍ଵାର୍ଡ ବୟକୁ ଚାକିରିରୁ ନିଲମ୍ବିତ କରି ଦେଇଛନ୍ତି। ଯିଏକି ରାଜେଶକୁ ଅକ୍ସିଜେନ୍ ସିଲିଣ୍ଡର ସହିତ ରୁମକୁ ପଠାଇଥିଲା। ମୁମ୍ବାଇ ପୁଲିସ ଏହି ଘଟଣାରେ ହସ୍ପିଟାଲ ଡାକ୍ତର, ଓ୍ଵାର୍ଡ ବୟ ଓ ଏକ ମହିଳା ଆଟେଣ୍ଡାଣ୍ଟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ମାମଲାରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛି।

ମିଳିଥିବା ସୂଚନା ଅନୁସାରେ, ରାଜେଶ ମାରୁ ହସ୍ପିଟାଲକୁ ନିଜର ମା’ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିବାକୁ ଆସିଥିଲେ। ଡାକ୍ତର ରାଜେଶ ମା’ଙ୍କ ଏମଆରଆଇ କରିବାକୁ କହିଥିଲେ। ଯେତେବେଳେ ରାଜେଶ ମା’ଙ୍କୁ ନେଇ ଏମଆରଆଇ ରୁମ୍ ପାଖରେ ପହଞ୍ଚି ଥିଲେ ଓ୍ଵାର୍ଡ ବୟ ତାଙ୍କୁ ଆକ୍ସିଜେନ୍ ସିଲିଣ୍ଡର ନେଇ ଭିତରକୁ ଯିବା ପାଇଁ କହିଥିଲେ। ଭିତରକୁ ଯିବା ପରେ ରାଜେଶ ସହିତ ଏଭଳି ଦୁର୍ଘଟଣା ଘଟିଲା ଯେ ସେ ମୃତ ଅବସ୍ଥାରେ ବାହାରକୁ ବାହାରିଥିଲେ। ମୁମ୍ବାଇ ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି।ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ରାଜେଶ ୱାର୍ଡବୟଙ୍କ କଥା ନ ମାନି ଏମଆରଆଇ ରୁମକୁ ପଳାଇଥିଲେ ଫଳରେ ତାଙ୍କୁ ଏମଆରଆଇ ମେସିନ ଟାଣି ନେଇଥିଲା ।ଯାହାଫଳରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା ।