ଅମିତାଭ ବଚ୍ଚନଙ୍କ ସଫଳତାକୁ ଦେଖି ସହି ପାରୁ ନଥିଲେ ବଲିଉଡର ପ୍ରଥମ ସୁପରଷ୍ଟାର ! ବନ୍ଦ ରୁମରେ ଜୋରରେ କାନ୍ଦିଥିିଲେ

24

ରାଜେଶ ଖାନ୍ନା ବଲିଉଡର ପ୍ରଥମ ସୁପରଷ୍ଟାର । ତାଙ୍କୁ ଯେତିକି ଲୋକପ୍ରିୟତା ମଳିଥିଲା, ସେତିକି ଆଜି ଯାଏ କୌଣସି ବି ତାରକାଙ୍କୁ ମିଳିନାହିଁ । ଝିଅମାନେ ତାଙ୍କ ପଛରେ ଏମିତି ପାଗଳ ଥିଲେ ତାଙ୍କ ପାଖକୁ ରକ୍ତରେ ଚିିଠି ଲେଖୁଥିଲେ । କିନ୍ତୁ କ’ଣ ଆପଣ ଜାଣନ୍ତି ରାଜେଶ ଖାନ୍ନାଙ୍କ ପରି ବଡ ତାରକା ମଧ୍ୟ ଅମିତାଭ ବଚ୍ଚନଙ୍କ ସଫଳତାକୁ ଦେଖି ପାରୁନଥିଲେ ଓ ରୁମରେ ଯାଇ ବହୁତ ଯୋରରେ କାନ୍ଦିଥିଲେ ।

ଏପରି ସେହି ସମୟରେ ହୋଇଥିଲା ଯେତେବେଳେ ରାଜେଶ ଖାନ୍ନା ‘ବାୱର୍ଚି’ ସିନେମାରେ କାମ କରୁଥିଲେ । ଉକ୍ତ ସିନେମାରେ ଜୟା ଭାଦୁଡୀ ରାଜେଶ ଖାନ୍ନାଙ୍କ ନାୟିକା ଥିଲେ । ସେହି ସମୟରେ ଜୟାଙ୍କ ସହ ଅଭିତାଭଙ୍କ ଆଫେୟାର ଚାଲୁଥିବାରୁ, ଅଭିତାଭ ପ୍ରାୟ ସମୟରେ ସୁଟିଂ ସେଟକୁ ବୁଲିବା ପାଇଁ ଆସୁଥିଲେ । ଏହି କଥା ରାଜେଶ ଖାନ୍ନା ବିଲକୁଲ ପସନ୍ଦ କରୁନଥିଲେ ।

କିଛି ଦିନ ସେ ଚୁପ ରହିଥିଲେ କିନ୍ତୁ ଦିନେ ସେ ଜୟାଙ୍କ ସାମ୍ନାରେ ହିଁ ସେ ଅଭିତାଭଙ୍କୁ ବହୁତ କିଛି ଶୁଣାଇ ଦେଇଥିଲେ । ଜୟା ଏକଥା ସହି ପାରିନଥିଲେ । ସେ ମଧ୍ୟ ରାଜେଶଙ୍କୁ କହୁତ କଥା ଶୁଣାଇଥିଲେ ଏବଂ କହିଥିଲେ କି ଆଜି ତୁମେ ଯାହାର ମଜାକ ଉଡଉଛ ସେ ଦିନ ଆସିବ ଆପଣଙ୍କ ଠାରୁ ମଧ୍ୟ ବଡ ଷ୍ଟାର ହୋଇଯିବ । ରାଜେଶ ଖାନ୍ନା ଜୟାଙ୍କ କଥାକୁ ଅଶୁଣା କରି ଚାଲିଗଲେ ।

ଷ୍ଟାରଡମର ଭୂତ ତାଙ୍କ ଉପରେ ଏତେ ଚଢଇିଥିଲା ଯେ ସେ କାହା କଥା ଶୁଣୁନଥିଲେ । ଫଳରେ ସିନେ ଜଗତର ତାରକା ମାନେ ତାଙ୍କ ଠାରୁ ଦୁରେଇ ରହିବା ପାଇଁ ଉଚିତ ମଣିଲେ । ଗୋଟିଏ ପଟେ ରାଜେଣଙ୍କ ହାତକୁ ସିନେମା ଅଫର ଆସିବା ବନ୍ଦ ହୋଇଗଲା ଓ ଅନ୍ୟପଟେ ଅମିତାଭ ବଚ୍ଚନ ଧୀରେ ଧୀରେ ସଫଳତା ସାଉଣ୍ଟିବାରେ ଲାଗିଲେ । ତାଙ୍କମ ଅଭିନୟର ଦକ୍ଷତା ଓ ଲୋକପ୍ରିୟତା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟି ଗଲା ।

ଏସବୁ ସତ୍ୱେ ରାଜେଶ ଅମିତାଭଙ୍କ ଲୋକପ୍ରିୟତାକୁ ଅଣଦେଖା କରିବାୋର ଲାଗିଲେ । କିନ୍ତୁ ସେ ସେହି ଖବରୁ ଅଣଦେଖା କରୁଥିଲେ । କିନ୍ତୁ ତାଙ୍କ ଆଖିରେ ବନ୍ଧା ହୋଇଥିବା ପଟି ସେବେ ଖୋଲିଗଲା ଯେବେ ଏକ ପ୍ରୋଗାମରେ ରାଜେଶ ଖାନ୍ନାଙ୍କୁ ଛାଡି ଅମିତାଭଙ୍କ ଅଟୋଗ୍ରାଫ ନେବା ପାଇଁ ଲୋକମାନେ ଘେରି ଯାଇଥିଲେ ।