କଂଗ୍ରେସରୁ ନିଲମ୍ବିତ ହେଲେ ଯୁବ ସଭାପତି ରଜତ ଚୌଧୁରୀ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଂଗ୍ରେସରୁ ନିଲମ୍ବନ ହେଲେ ଯୁବ ସଭାପତି ରଜତ ଚୌଧୁରୀ । ଆଜି ତାଙ୍କୁ ଏଟି ଲିଙ୍କ ନେଇ ଗିରଫ କରିଥିଲା ସିବିଆଇ । ଏଥିସହ ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଦୁଇଜଣଙ୍କୁ ଅର୍ଥତତ୍ୱ ସହ ଲିଙ୍କ୍ ନେଇ ଗିରଫ କରାଯାଇଛି । ପୂର୍ବରୁ ମଧ୍ୟ ଏପ୍ରିଲ ମାସରେ ରଜତ ଚୌଧୁରୀଙ୍କୁ ବାରମ୍ବାର ଜେରା କରିଥିଲା ସିବିଆଇ । ରଜତ ଚୌଧୁରୀ ଅର୍ଥତତ୍ୱର ଜମି କିଣାବିକା ମାମଲାରେ ମଧ୍ୟସ୍ଥତା କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ପୂର୍ବ ଜେରା ସମୟରେ ଏହି ଜମି କିଣାବିକାରେ ଆଉ କେଉଁମାନେ ସଂପୃକ୍ତ ଥିଲେ, ଅର୍ଥତତ୍ୱ କେଉଁଠୁ ଟଂକା ଆଣୁଥିଲା , ଏସବୁ ତଥ୍ୟ ଜାଣିବା ପାଇଁ ଚାହିିଁଥିଲା ସିବିଆଇ । ସେପଟେ ଦେବାଶିଷ ପଣ୍ଡାଙ୍କ ସଂପୃକ୍ତିର ପ୍ରମାଣ ବି ପାଇଥିଲା ସିବିଆଇ ।

ଏହା ସହ ଏଟି ଚିଟଫଣ୍ଡ ଲିଙ୍କରେ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ଗିରଫ କଲା ସିବିଆଇ