ଯୁବକଂଗ୍ରେସ ସଭାପତି ରଜତ ଚୈାଧୁରୀଙ୍କ ଇସ୍ତଫା

30

ଯୁବ କଂଗ୍ରେସ ସଭାପତି ରଜତ ଚୈାଧୁରୀ ନିଜ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ଚିଟଫଣ୍ଡ ମାମଲାରେ ଦୁଇଦୁଇ ଥର ସିବିଆଇ ସ୍କାନର କୁ ଆସିଥିବା ଏହି ଯୁବ କଂଗ୍ରେସ ସଭାପତି ଆଜି ଦଳର ବରିଷ୍ଠ ନେତା ଲୁଲୁ ମହାପାତ୍ରଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି । ଦେଢବର୍ଷ ତଳେ ଭୋଟ୍ ମାଧ୍ୟମରେ ଅନେକ ଛାତ୍ର ନେତାଙ୍କୁ ପଛରେ ପକାଇ ନିର୍ବାଚିତ ହୋଇଥିଲେ ଯୁବ କଂଗ୍ରେସ ସଭାପତି ରଜତ ଚୈାଧୁରୀ । ଦଳର ବରିଷ୍ଠ ନେତା ଲୁଲୁ ମହାପାତ୍ର ଏହା ଉପରେ ସ୍ପଷ୍ଟିକରଣ ରଖିଛନ୍ତି । ଆଜି ଦୁଇଦୁଇ ଥର ସିବିଆଇ ଦ୍ୱାରା ଜେରା ହେବାପରେ ରଜତ ଚୈାଧୁରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅନ୍ୟପକ୍ଷରେ ରଜତ ଚୈାଧୁରୀଙ୍କ ଇସ୍ତଫା କୁ ଦଳ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି ।