ସୌନ୍ଦର୍ଯ୍ୟ ଜାଲରେ ବାବା! ବଳାତ୍କାର ଉଦ୍ୟମ ଅଭିଯୋଗରେ ଗିରଫ ହେଲେ ଫଳାହାରୀ ମହାରାଜ

60

କନକ ବ୍ୟୁରୋ : ଡେରା ସଚ୍ଚାର ଗୁରମିତ ରାମରହିମ ଚର୍ଚ୍ଚା ଥମି ନଥିବା ବେଳେ ସୌନ୍ଦର୍ଯ୍ୟ ଜାଲରେ ଫସିଛନ୍ତି ଆଉ ଜଣେ ବାବା । ବଳାତ୍କାର ଉଦ୍ୟମ ଅଭିଯୋଗରେ ଆଜି ଗିରଫ ହୋଇଛନ୍ତି ଫଳାହାରୀ ମହାରାଜ । ରାଜସ୍ଥାନ ଅଲକ୍ୱର ସ୍ଥିତ ଦିବ୍ୟଧାମର ଜଗଦଗୁରୁ ରାମାନୁଜାଚାର୍ଯ୍ୟ ସ୍ୱାମୀ କୌଶଳେନ୍ଦ୍ର ପ୍ରପନ୍ନାଚାରୀ ଫଳାହାରୀ ମହାରାଜଙ୍କୁ ଅଲକ୍ୱରର ଏକ ହସ୍ପିଟାଲରୁ ଗିରଫ କରିଛି ଛତିଶଗଡ ଓ ରାଜସ୍ଥାନ ପୋଲିସର ମିଳିତ ଟିମ୍ ।

ବାବା ଫଳାହାରୀଙ୍କୁ ଗିରଫ ପରେ ପ୍ରଥମେ ସରକାରୀ ହସ୍ପିଟାଲକୁ ନେବା ପରେ କୋର୍ଟରେ ହାଜର କରାଯାଇଛି । ଗତ ରକ୍ଷାବନ୍ଧନରେ ଛତିଶଗଡର ଜଣେ ଯୁବତୀ ରାଜସ୍ଥାନ ଅଲକ୍ୱର ସ୍ଥିତ ଦିବ୍ୟଧାମ ଆଶ୍ରମକୁ ଯାଇଥିବା ବେଳେ ବଳାକ୍ରାର ଉଦ୍ୟମର ଶିକାର ହୋଇଥିବା କହିଛନ୍ତି । ଛତିଶଗଡ ବିଳାସପୁର ଥାନାରେ ଅଭିଯୋଗ କରିଥିବା ଯୁବତୀ ଜଣକ କହିଛନ୍ତି, ଗୁପ୍ତ ମନ୍ତ୍ର ଦେବା ବାହାନାରେ ତାଙ୍କୁ ଗୁପ୍ତ କୋଠରୀକୁ ଡାକି ବଳାତ୍କାର ଉଦ୍ୟମ କରିଥିଲେ ଫଳାହାରୀ ମହାରାଜ ।