ଏବେ ବାଲିରୁ ବାହାରିବ ସୁନା ! ରାଜସ୍ଥାନରେ ଠାବ ହେଲା ସୁନାର ବଡ଼ ଭଣ୍ଡାର

68

କ୍ରମାଗତ ଭାବେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଆଉ ଭାରତୀୟ ଲୋକଙ୍କର ସୁନା ଗହଣା ପ୍ରତି ଟିକିଏ ଅଧିକ ଦୁର୍ବଳତା ଥାଏ । କିନ୍ତୁ ଦର ବୃଦ୍ଧି ଯୋଗୁଁ ଅନେକ ସମୟରେ ଲୋକେ ସୁନା କିଣିପାରନ୍ତି ନାହିଁ । ତେବେ ଆପଣ ଜାଣି ଖୁସି ହେବେ ଆମ ଦେଶ ଭାରତରେ ଆଉ ଏକ ବଡ଼ ସୁନା ଖଚ୍ଚିର ସନ୍ଧାନ ମିଳିଛି । ରାଜସ୍ଥାନର ବାଂସବାଡ଼ା ଜିଲ୍ଲାରେ ସୁନାର ଏକ ବଡ଼ ଭଣ୍ଡାରର ସନ୍ଧାନ ମିଳିଛି ବୋଲି ସୂଚନା ମିଳିଛି । ଦେଶର ଭୂ-ବୈଜ୍ଞାନିକଙ୍କ ହାତରେ ଲାଗିଛି ବଡ଼ ସଫଳତା । କୁହାଯାଉଛି ଦେଶରେ ଥିବା ବଡ଼ ବଡ଼ ସୁନା ଖଚ୍ଚିରୁ ଗୁଡ଼ିକ ମଧ୍ୟରୁ ଏହା ଗୋଟିଏ । ଆପଣ ଆଗରୁ ଜାଣିଥିବେ କର୍ଣ୍ଣାଟକରେ ଦେଶର ସବୁଠାରୁ ଅଧିକ ସୁନାଖଣି ରହିଛି । ଏଥରେ କଲୋର, ଧାରବାଡ଼ ଓ ରାୟଚୁର ଆଦି ଜିଲ୍ଲା ସାମିଲ୍ ରହିଛି । କର୍ଣ୍ଣାଟକ ପରେ ଆନ୍ଧ୍ରପଦେଶ, ଘାଡ଼ଖଣ୍ଡ, କେରଳ, ମଧ୍ୟପ୍ରଦେଶରେ ସୁନା ଓ ହୀରା ଖଣି ରହିଛି ।

ଭୂ-ବୈଜ୍ଞାନିକ ସର୍ବେକ୍ଷଣ ବିଭାଗ ଅନୁସାରେ ରାଜସ୍ଥାନର ବାଂସବାଡ଼ା ଜିଲ୍ଲାର ଗହଲୋତ କ୍ଷେତ୍ରରେ ସୁନାର ଭଣ୍ଡାର ଥିବା ସୂଚନା ମିଳିଛି । ଏହି ଭଣ୍ଡାର ଜମିର ୩୦୦ ମିଟର ତଳେ ଅଛି ବୋଲି ଜଣାପଡ଼ିଛି । ସର୍ବକ୍ଷଣ ତଥ୍ୟ ଅନୁସାରେ ଏହି ସ୍ଥାନରେ ପାଖାପାଖି ୧୧.୪୮ ଟନ୍ ସୁନା ରହିଛି । କୁହାଯାଉଛି ରାଜସ୍ଥାନର ଏହି ସୁନା ଖଣିରେ ସୁନାର ମୂଲ୍ୟ ପାଖାପାଖି ହଜାରେ କୋଟି ଟଙ୍କାରୁ ମଧ୍ୟ ଅଧିକ । ଭାରତରେ ଏବେ କର୍ଣ୍ଣାଟକର କୋଲାର ଗୋଲ୍ଡ ଫିଲ୍ଡ଼ରେ ସୁନା ଖଣିି ରହିଛି । ଏଠାରେ ସୁନା ୧୩,୦୦୦ ଫୁଟ ତଳେ ରହିଛି ।