ରାଜସ୍ଥାନ : ପାଣି ଟାଙ୍କି ଭିତରେ ଖସି ପଡ଼ିଲେ ୧୦ରୁ ଅଧିକ ଛାତ୍ରଛାତ୍ରୀ, ୮ ଜଣ ଉଦ୍ଧାର

24

କନକ ବ୍ୟୁରୋ : ପାଣି ଟାଙ୍କିର ଘୋଡଣୀ ଭାଙ୍ଗିଯିବାରୁ ଟାଙ୍କି ଭିତରେ ଖସି ପଡ଼ିଲେ ୧୦ରୁ ଅଧିକ ଛାତ୍ରଛାତ୍ରୀ । ଆହୁ ଏହି ଘଟଣା ଘଟିଛି ରାଜସ୍ଥାନ ଭରତପୁର କରୋଲୀ ଜିଲ୍ଲାର ଏକ ସ୍ୱୁଲରେ । ପିଲାମାନେ ସକାଳେ ଟାଙ୍କି ଉପରେ ଖେଳୁଥିବା ବେଳ ସେଥିରେ ପଡିଯାଇଥିଲେ । ପରେ ଏମାନଙ୍କୁ ପଡିବା ଦେଖି ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଟିମ୍ ପଂହଚିଥିଲେ । ଉଦ୍ଧାରକାରୀ ଟିମ୍ ଓ ଜେସିବି ମେସିନ ସାହାର୍ଯ୍ୟରେ ପଂହଚି ୮ଜଣ ପିଲାଙ୍କୁ ଉଦ୍ଧାର କରିଯାଇଥିିବା ବେଳେ ଅନ୍ୟ ପିଲାଙ୍କୁ ଉଦ୍ଧାର କରିବା ପାଇଁ ଟାଙ୍କିକୁ ସଫା କରାଯାଇଥିଲା । ଉଦ୍ଧାର ହୋଇଥିବା ପିଲାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା ।

ସବୁ ପିଲା ସୁସ୍ଥ ଥିବା ଜଣାପଡ଼ିଛି । ସେପଟେ ଘଟଣାସ୍ଥଳରେ ବିଧାୟକ, ଶିକ୍ଷା ଅଧିକାରୀ ଓ ଏସଡିଓ ପଂହଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ଶିକ୍ଷାଅଧିକାରୀ ଘଟଣାର ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଯୋଗୁଁ ଟାଙ୍କିରେ ପାଣି ଜମି ରହି ଢ଼ାଙ୍କୁଣୀଟି ଭାଙ୍ଗିଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି ।