ବିବାହ କାର୍ଡରେ ମୋଦି ମନ୍ତ୍ର ! ଶ୍ଲୋକ ସ୍ଥାନରେ ସ୍ୱଚ୍ଛ ଭାରତ ସ୍ଲୋଗାନ୍

152

ନିଜ ବିବାହକୁ ଚିର ସ୍ମରଣୀୟ କରିବାକୁ ଲୋକ ଅନେକ କିଛି କରିଥାନ୍ତି । କେହି ହେଲିକପ୍ଟରରେ ଫୁଲି ବର୍ଷାନ୍ତି ତ କେହି ଆକାଶରେ କରିଥାନ୍ତି ବିବାହ । କିନ୍ତୁ ଏଥର ଗୋଟିଏ ପରିବାର ବିବାହ କାର୍ଡରେ ଶ୍ଲୋକ ପରିବର୍ତ୍ତେ ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସ୍ଥାନ ଦେଇଛନ୍ତି । ସ୍ୱଚ୍ଛ ଭାରତର ଲୋଗୋ ସହ ସ୍ୱଚ୍ଛତାକୁ ନେଇ ଲେଖିଛନ୍ତି କିଛି ସ୍ଲୋଗାନ୍ ।

ଘଟଣାଟି ହେଉଛି ରାଜସ୍ଥାନର ଝାଲାୱାଡାରେ । ଲୋକଙ୍କ ମଧ୍ୟରେ ସ୍ୱଚ୍ଛତାକୁ ନେଇ ସଚେତନ କରିବାକୁ ଏପରି ପଦକ୍ଷେପ ନେଇଛନ୍ତି ଏହି ପରିବାର ଲୋକ । ନିମନ୍ତ୍ରଣ କାର୍ଡ ଆସିବା ପରେ ଖୁବ୍ ଶୀଘ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ତେବେ କାର୍ଡରେ ସ୍ୱଚ୍ଛ ଭାରତର ଲୋଗୋ ତଳକୁ କିଛି ସ୍ଲୋଗାନ୍ ଲେଖାଯାଇଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଏଥିରେ ଲେଖାଯାଇଛି ‘ମେରା ସପନା, ଘର ପରିବାରକା ସପନା , ଶୌଚାଳୟ ଉପୟୋଗ ହି ସମ୍ମାନ ହୈ ଅପନା’ । ସେହିପରି ଆଉ ଏକ ସ୍ଲୋଗାନରେ ଲେଖାଯାଇଛି ‘ଘର ମହେକେଗା, ପରିବାର ମହେକେଗା , ବେଟି ପଢାଓ , ଜଗ ମହେକେଗା’ । ଆଉ ତୃତୀୟ ସ୍ଲୋଗାନରେ ଲେଖା ଅଛି ‘ଜନ ଜନ କା ହୈ, ବସ୍ ଏକ ହି ସପନା, ଖୁଲେ ମୈ ଶୌଚ୍ ମୁକ୍ତ ହୋ ଭାରତ ଅପନା’ । ଆଉ ଏକ ସ୍ଲୋଗାନରେ ଲେଖା ଅଛି ‘ଜନ୍ – ଜନ୍ କି ହୈ ଜିମେଦାରୀ , ଘର – ଘର୍ ଶୌଚାଳୟ ହୈ ସମଝଦାରୀ’