ମହିଳାଙ୍କ ପାଇଁ ଖୁସିଖବର: ସରକାରୀ ଚାକିରି ପାଇବାର ବଡ ସୁଯୋଗ, ମାସିକ ଦରମା ୨୦ ହଜାରରୁ ବି ଅଧିକ, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା
ରାଜସ୍ଥାନ ଷ୍ଟାଫ ସିଲ୍କେସନ ବୋର୍ଡ (RSMSSB) ମହିଳାମାନଙ୍କ ପାଇଁ ସରକାରୀ ଚାକିରି ଲାଗି ଏକ ବହୁତ ଭଲ ସୁଯୋଗ ଦେଉଛି । ବୋର୍ଡ ତରଫରୁ ସୁପରଭାଇଜର ପଦବୀ ପାଇଁ ୩୦୯ ପଦରେ ନିଯୁକ୍ତି ପାଇଁ ମହିଳାଙ୍କ ଲାଗି ବିଜ୍ଞପ୍ତି ଜାରି କରିଛି । ଏହି ନିଯୁକ୍ତି ଅଙ୍ଗନବାଡି କାର୍ଯ୍ୟକର୍ତ୍ତା ଅନୁସାରେ ସିଧାସଳଖ ନିଯୁକ୍ତି ଆଧାରରେ କରାଯିବ । ତେବେ ଏଥିପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥୀମାନେ ୩ ନଭେମ୍ବର, ୨୦୧୮ ସୁଧା ଆବେଦନ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପଦବୀ ସଂପର୍କିତ ଖବର:
ସୁପରଭାଇଜର
ପଦବୀ ସଂଖ୍ୟା:
୩୦୯
ଶିକ୍ଷାଗତ ଯୋଗ୍ୟତା:
କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥା ବା ଅନୁଷ୍ଠାନରୁ ଗ୍ରାଡୁଏସନ କରିଥିବା ଆବଶ୍ୟକ । ଏଥିସହିତ ହିଁ ଅଙ୍ଗନବାଡି କର୍ମୀ ଭାବେ ପୂର୍ବରୁ କୌଣସିଠାରେ ୧୦ ବର୍ଷର ଅନୁଭୂତି ଥିବା ନିହାତି ଜରୁରୀ ।
ବୟସ ସୀମା:
ଆଶାୟୀପ୍ରାର୍ଥୀଙ୍କ ବସୟ ସର୍ବନିମ୍ନ ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ୪୦ ବର୍ଷ ହୋଇଥିବା ସ୍ଥିର କରାଯାଇଛି ।
ଚୟନ ପ୍ରକ୍ରିୟା:
ଆଶାୟୀ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ସିଧାସଳଖ ନିଯୁକ୍ତିକର୍ତ୍ତା ହିଁ କରିବେ ।
ଦରମା:
ମାସିକ ୫,୨୦୦ରୁ ୨୦,୨୦୦ ଟଙ୍କା ଏବଂ ଏହାଛଡା ୨୪୦୦ଟଙ୍କା ଗ୍ରେଡ ପେ ମଧ୍ୟ ରହିଛି ।
କିପରି କରିବେ ଆବେଦନ:
RSMSSBର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ଆବେଦନ କରିବାର ଶେଷ ତାରିଖ:
୩ ନଭେମ୍ବର,୨୦୧୮