ମୋବାଇଲ୍ ଗେମ୍ ହେଲା କାଳ ! ହାତରେ ଚୁଡି ଏବଂ ବେକରେ ମଙ୍ଗଳସୂତ୍ର ପିନ୍ଧି ଫାଶୀ ଲଗାଇଲା ୧୨ ବର୍ଷର ବାଳକ ।

596

ରାଜସ୍ଥାନର କୋଟାରେ ୧୨ ବର୍ଷୀୟ ଜଣେ ପିଲା ମୋବାଇଲରେ ଗେମ୍ ଖେଳୁଥିବା ସମୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏଭଳି ପଦକ୍ଷେପ ନେବା ସମୟରେ ପିଲାଟି ଘରେ ଏକୁଟିଆ ଥିଲା ଏବଂ ବେକରେ ମଙ୍ଗଳସୂତ୍ର ଏବଂ ହାତରେ ଚୁଡି ପିନ୍ଧି ପିଲାଟି ରଶି ଲଗାଇ ଆତ୍ମହତ୍ୟା କରିଛି । ମୃତକ ପିଲାଟିର ପରିବାର ଲୋକଙ୍କ କହିବା ଅନୁସାରେ ପିଲାଟି ମୋବାଇଲରେ ବ୍ଲୁ ହ୍ୱେଲ୍ ଭଳି କିଛି ଗେମ୍ ଖେଳୁଥିଲା ଏବଂ ଏହି ଗେମ୍ ଯୋଗୁଁ ହିଁ ସେ ନିଜର ଜୀବନ ଦେଇଥିବାର ସନ୍ଦେହ କରାଯାଉଛି । ତେବେ ଏଭଳି ଘଟଣା କୋଟାରେ ପ୍ରଥମ ।

କୁଶାଳ ନାମକ ଏହି ପିଲାଟି ସ୍କୁଲଛୁଟି ଚାଲିଥିବା ସମୟରେ ଘରେ ବସି ଏହି ଗେମ୍ ଖେଳୁଥିଲା । ଘରଲୋକଙ୍କ କହିବାନୁସାରେ ମଙ୍ଗଳବାର ଖାଇବା ପରେ କୁଶାଲ ସକାଳୁ ଆଉ ରୁମ୍ ରୁ ବାହାରକୁ ବାହାରି ନଥିଲା । ଘର ଲୋକ ରୁମ୍ କୁ ଯାଇ ଦେଖିବା ବେଳେ ବାଥରୁମ୍ ରେ କୁଶାଲ ଥିବା ନେଇ କବାଟ ବାଡେଇଥିଲେ କିନ୍ତୁ କୌଣସି ପ୍ରତିକ୍ରିୟା ନ ମିଳିବା କାରଣରୁ କବାଟ ଭାଙ୍ଗିବାକୁ ପଡିଥିଲା । ବାଥରୁମରେ କୁଶାଲ ରଶିରେ ଝୁଲୁଥିବା ଦେଖାଯାଇଥିଲା ସେ ବି ହାତରେ ଚୁଡି ଏବଂ ବେକରେ ମଙ୍ଗଳସୂତ୍ର ପିନ୍ଧି । ପରିଜନ ସଙ୍ଗେ ସଙ୍ଗେ ପିଲାଟିକୁ ହସ୍ପିଟାଲ୍ ନେଇ ଯାଇଥିଲେ ମଧ୍ୟ ଡାକ୍ତର କୁଶାଲକୁ ମୃତ ଘୋଷଣା କରିଥିଲେ ।