ଆକ୍ସନରେ ଗେହଲଟ ସରକାର, ଋଣ ଛାଡ଼ ପରେ ଏବେ ଲାଗୁ କଲେ ମାଗଣା ବାଳିକା ଶିକ୍ଷା ବ୍ୟବସ୍ଥା

186

କନକ ବ୍ୟୁରୋ : ବାଳିକାଶିକ୍ଷା ପ୍ରତି ବିମୁଖ ଥିବା ରାଜସ୍ଥାନରେ ଏବେ ମାଗଣାରେ ଛାତ୍ରୀମାନେ ପାଠ ପଢ଼ିପାରିବେ । ପୁଅ ପିଲାଙ୍କ ପରି ଝିଅମାନଙ୍କୁ କିପରି ଉତ୍ତମ ଶିକ୍ଷା ମିଳିବ, ସେନେଇ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ରାଜସ୍ଥାନରେ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆକ୍ସନରେ ଅଛନ୍ତି । ସେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତି ନେଉଛନ୍ତି । କୃଷକଙ୍କୁ ଋଣ ଛାଡ଼, ପେନଶନ୍ ରାଶି ବୃଦ୍ଧି ସହ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି । ରାଜ୍ୟର ଉଚ୍ଚ ଶିକ୍ଷା ରାଜ୍ୟମନ୍ତ୍ରୀ ଭୱଂର ସିଂ ଭାଟି କହିଛନ୍ତି ରାଜ୍ୟ ସରକାର ଆଗାମୀ ସମୟରେ ନିଶୁଳ୍କ ବାଳିକା ଶିକ୍ଷାକୁ ସମସ୍ତ ସ୍ତରରେ ଲାଗୁ କରାଯିବ ।


ରାଜ୍ୟ ସରକାର ରାଜକୀୟ ମହାବିଦ୍ୟାଳୟରେ ପଢ଼ୁଥିବା ବାଳିକାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ । ଆସନ୍ତା ଶିକ୍ଷାବର୍ଷରେ ମାଗଣା ବାଳିକାଙ୍କ ଶିକ୍ଷା ବ୍ୟବସ୍ଥାକୁ ସମସ୍ତ ସ୍ତରରେ ଲାଗୁ କରିଦିଆଯିବ । ଏହାସହ ବିଦ୍ୟାଳୟରେ କିପରି ଭୟମୁକ୍ତ ବାତାବବରଣରେ ପାଠପଢ଼ା ହେବ  ତାହା ମଧ୍ୟ ସୁନିଶ୍ଚିତ କରାଯିବ ।


ସୂଚନା ଅନୁସାରେ କଂଗ୍ରେସ ନିର୍ବାଚନୀ ଘୋଷଣାପତ୍ରରେ ସ୍କୁଲ, କଲେଜ ଓ ୟନୁଭର୍ସିଟିରେ ବାଳିକା ଶିକ୍ଷାକୁ ମାଗଣା କରିବା ପାଇଁ ଘୋଷଣା କରିଥିଲେ  ଗେହଲଟ ସରକାର। ଅନ୍ୟପଟେ ଉଚ୍ଚ ଶିକ୍ଷା ସଂସ୍ଥାନ ଗୁଡ଼ିକୁ ଭୟମୁକ୍ତ ବାତାରବରଣ ପାଇଁ କଲେଜ ଗୁଡ଼ିକରେ ଅତିରିକ୍ତ ଅଭିଯୋଗ ସମିତିମାନ ମଧ୍ୟ ଗଠନ କରାଯାଉଛି । ତେବେ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ବାଳିକାଙ୍କ ପାଠପଢ଼ା ପାଇଁ ଉତ୍ତମ ବାତାବରଣ ସୃଷ୍ଟି ହେବା ସହ ସେମାନେ ରୋଜଗାରକ୍ଷମ ହୋଇପାରିବେ ।