ନିର୍ବାଚନ ପୂର୍ବରୁ ସରକାରଙ୍କ ଉପହାର ! ମାତ୍ର ୯୫ ଟଙ୍କା ଦେଇ ନେଇ ଯାଆନ୍ତୁ ଜିଓଫୋନ, ଜାଣନ୍ତୁ କାହାକୁ ଓ କିଭଳି ମିଳିବ ଏହି ଫୋନ

58

ଦାରିଦ୍ର‌୍ୟ ସୀମା ରେଖା ତଲେ ଥିବା ମହିଳାମାନଙ୍କୁ ରାଜସ୍ଥାନ ସରକାର ମାତ୍ର ୯୫ ଟଙ୍କାରେ ଦେବାକୁ ନିଷ୍ପତି ନେଇଛନ୍ତି । ଭାମାଶାହ ଯୋଜନାରେ ରାଜସ୍ଥାନ ସରକାର ଲୋକମାନଙ୍କୁ ଜିଓଫୋନ୍ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି । ବିଭିନ୍ନ ସମାଜିକ ସୁରକ୍ଷା ଯୋଜନାରୁ ଗରିବ ଲୋକମାନେ କିପର ଫାଇଦା ପାଇ ପାରିବେ ସେଥି ପାଇଁ ସରକାର ଫୋନ୍ ଦେବା ସହ ୫ ହଜାର ଗ୍ରାମରେ ମାଗଣା ଓ୍ୱାଇଫାଇ ସେବା ଯୋଗାଇ ଦେବେ ବୋଲି କହିଛନ୍ତି । ଯାହା କି ୩୦ ସେପ୍ଟେମ୍ବର ସୁଦ୍ଧା ସମସ୍ତ ଜନତାଙ୍କୁ ବଂଟାଯିବା ନେଇ ଯୋଜନା ରହିଛି ।

ସୂଚନା ମୁତାବକ, ଆରମ୍ଭରୁ ପ୍ରଥମେ ଲୋକଙ୍କୁ ୧ ହଜାର ୯୫ ଟଙ୍କା ଦେବାକୁ ପଡିବ । ଫୋନ କିଣିବା ସହିତ ହିଁ ୧୦୦୦ଟଙ୍କା ଲୋକଙ୍କ ଖାତାକୁ ଫେରସ୍ତ ଚାଲି ଆସିବ । ଅର୍ଥାତ୍ ମାତ୍ର ୯୫ ଟଙ୍କାରେ ଜିଓଫୋନକୁ ଲୋକେ କିଣିପାରିବେ । ସେହିପରି ଫୋନ ସହିତ ୬ ମାସର ବୈଧତାବିଶିଷ୍ଟ ୧୨୮ ଜିବିର ଡାଟା ଏବଂ ୫୦୦ ଏସଏମଏସ ପ୍ୟାକ୍ ମଧ୍ୟ ମିଳିବ । ଏହି ଫୋନକୁ କିଣିବା ପାଇଁ ଜବରଦସ୍ତ ଉତ୍ସାହ ମଧ୍ୟ ରାଜସ୍ଥାନବାସୀଙ୍କଠାରେ ଦେଖିବାକୁ ମିଳିଛି । ତେବେ ଫୋନ ବିକ୍ରି ପାଇଁ ଅଟଳ ସେବା କେନ୍ଦ୍ରରେ ଷ୍ଟଲ ମଧ୍ୟ ଲଗାଯାଇଛି ।

ସେପଟେ, ରାଜସ୍ଥାନରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ଯେଉଁଥି ପାଇଁ ବିଜେପି ସମେତ ଅନ୍ୟ ଦଳଗୁଡ଼ିକ ମତଦାତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଆରମ୍ଭ କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ମତଦାତାଙ୍କୁ ଲୋଭ ଦେଖାଇବା ପାଇଁ ଭାମାଶାହ ଯୋଜନାକୁ ମାଧ୍ୟମ କରି ଜନତାଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଯାଉଛି ବୋଲି ସମାଲୋଚନା ଆରମ୍ଭ ହୋଇଛି । ଏ ନେଇ ରାଜ୍ୟ ସରକାର ରିଲାଏନ୍ସ ଜିଓ ସହ ମିଶି ଜିଓ ଭାମାଶାହ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅଗଷ୍ଟ୧୫, ୨୦୧୪ରେ ଭାମାଶାହା ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ଏବେ ଏହାକୁ ମାଧ୍ୟମ କରି ନେତାମାନେ ଭୋଟ ହାସଲ କରିବାରେ ଲାଗି ପଡ଼ିଛନ୍ତି ।