ଗୁପ୍ତାଙ୍ଗ କାଟିଲେ ବାବା ! ଭକ୍ତ ଦେଲେ ଆଶାରାମ ଏବଂ ରାମରହିମଙ୍କ ଉଦାହରଣ,ଅତିଷ୍ଟ ହୋଇ ବାବା ନେଲେ ମରଣାନ୍ତକ ପଦକ୍ଷେପ ।

35

ବର୍ତ୍ତମାନ ସମାଜରେ ସାଧୁ ସନ୍ଥଙ୍କ କୁକର୍ମ ଯୋଗୁଁ ଭକ୍ତମାନଙ୍କ ମଧ୍ୟରେ ଆସ୍ଥା କମିଗଲାଣି । ସାଧୁ ସନ୍ଥଙ୍କ ଦ୍ୱାରା ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ,ଶଠତା ଯେଭଳି ବଢି ବଢି ଯାଉଛି ଠିକ୍ ସେଭଳି ଲୋକମାନଙ୍କ ମଧ୍ୟରେ ସାଧୁସନ୍ଥଙ୍କ ଦ୍ୱାରା ଦିଆଯାଉଥିବା ବିଶ୍ୱାସ ମଧ୍ୟ କମି କମି ଯାଉଛି । ତେବେ ଏଭଳି ସାଧୁମାନଙ୍କ ଉପରୁ ଭକ୍ତମାନଙ୍କ ବିଶ୍ୱାସ ହାରୁଥିବାର ଦେଖି କିଛି ସାଧୁ ଅବଶ୍ୟ ମର୍ମାହତ ହେଉଥିବେ । ତେବେ ଏଭଳି ଜଣେ ସାଧୁ ହେଲେ ଜୟପୁରର ଅନିଲ୍ ପୁରୋହିତ ।

 

ନିକଟରେ ସେ ଏକ ଜାଗରଣର ଆୟୋଜନ କରିଥିଲେ । ଏହି ଉତ୍ସବରେ ବହୁ ଭକ୍ତଙ୍କ ସମାଗମ ମଧ୍ୟ ହୋଇଥିଲା । କିନ୍ତୁ ଭିଡ ଭିତରେ କିଛି ଭକ୍ତ ଏଭଳି ମଧ୍ୟ ଥିଲେ ଯେଉଁମାନେ ସମାଜର କଥିତ ବାବା ଯେଭଳି ଆଶାରାମ ବାପୁ, ରାମ ରହିମ,ଫଲହାରୀ ବାବା,ଦାତି ମହରାଜଙ୍କ ନାମ ନେଇ ବାବାଙ୍କୁ ତାଡନା ଦେଇଥିଲେ । କଥାରେ ଅଛି ଖଣ୍ଡା ଧାରରେ ମଣିଷ ବଞ୍ôଚପାରେ କିନ୍ତୁ ଜିଭ୍ୱା ଧାରରେ ମଣିଷ ବଞ୍ଚିଥାଇ ମଧ୍ୟ ମୃତ୍ୟୁ ଦେଖିଥାଏ । ଠିକ୍ ସେଭଳି ଅବସ୍ଥା ଥିଲା ବାବା ଅନିଲ୍ ପୁରୋହିତଙ୍କର । ଭକ୍ତଙ୍କ ଏଭଳି ଅଟ୍ଟହାସ୍ୟ କଥାକୁ ସହ୍ୟ ନକରି ପାରିି ସେ ହଜାର ହଜାର ଭକ୍ତଙ୍କ ଆଗରେ ନିଜ ଗୁପ୍ତାଙ୍ଗକୁ କାଟି ଦେଇଥିଲେ ।

ତେବେ ବାବାଙ୍କ ଗମ୍ଭୀର ଅବସ୍ଥାରେ ଭକ୍ତ ଡାକ୍ତରଖାନା ନେଇ ଗଲେ । ବର୍ତ୍ତମାନ ବାବାଙ୍କ ସ୍ୱାସ୍ଥ୍ୟବସ୍ଥାରେ ତିଳେମାତ୍ର ସୁଧାର ଆସିନାହିଁ । ତେବେ ପ୍ରତ୍ୟକ୍ଷଦର୍ଶୀ କହିଥିଲେ , ଯେ ସମାଜରେ ଯେଭଳି ଖଳ ଲୋକ ରହିଥାନ୍ତି ଠିକ୍ ସେଭଳି ଭଲ ଲୋକ ମଧ୍ୟ ରହିଥାନ୍ତି । ତେଣୁ ସାଧୁ ଏବଂ ଅସାଧୁ ମଧ୍ୟରେ ମଧ୍ୟ ଅନ୍ତର ରହିଛି । ଅନ୍ୟ ଲୋକଙ୍କ କାର୍ଯ୍ୟକଳାପ ଦେଖି କାହାକୁ ଆକ୍ଷେପ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।