ଗେରୁଆ ଗଡ଼ରେ ଉଠିଲା ହାତ: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପିଠାରୁ ବହୁ ଆଗରେ କଂଗ୍ରେସ୍

୫ ରାଜ୍ୟରୁ ୩ଟିରେ କଂଗ୍ରେସ ସରକାର ଏକପ୍ରକାର ନିଶ୍ଚିତ

173

କନକ ବ୍ୟୁରୋ: ରାଜସ୍ଥାନ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସକୁ ମିଳିଛି ବହୁମତ ।  ୧୯୯ ଆସନ ମଧ୍ୟରୁ ୧୮୫ଟି ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଛି । ଯେଉଁଥିରେ ୧୧୪ଟିରେ ଆସନରେ ଆଗୁଆ ରହିଛି କଂଗ୍ରେସ ।  ଯେବେକି ୮୧ ଆସନରେ ଆଗୁଆ ରହିଛି । ସେହିପରି ଦିଗ୍ଗଜ ନେତାମାନଙ୍କର ଭିତରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଝାଲରାପାଟନରୁ, ଟୋଙ୍କରୁ ସଚିନ ପାଇଲଟ, ସରଦାରପୁରାରୁ ଅଶୋକ ଗହଲୋତ ଆଗୁଆ ଅଛନ୍ତି ।

ଝାଲରାପାଟଣାରୁ ବିଜେପିର ଦିଗ୍ଗଜ ନେତା ଥିବା ଜସୱନ୍ତ ସିହ୍ନାଙ୍କର ପୁଅ ମାନୱେନ୍ଦ୍ର ସିଂହ ପଛରେ ଅଛନ୍ତି । ତାଙ୍କ ସାମନାରେ ବସୁନ୍ଧରା ରାଜେ ଅଛନ୍ତି । ଏଠାରେ ଆମେ କହି ରଖୁଛୁ କି, ମାନୱେନ୍ଦ୍ର ସିଂହ ନିକଟରେ ହିଁ କଂଗ୍ରେସରେ ସାମିଲ ହୋଇଥିଲେ । ଏବଂ କଂଗ୍ରେସ ତାଙ୍କୁ ଶିବ ବିଧାନସଭା ଆସନ ପରିବର୍ତ୍ତେ ରାଜେଙ୍କ ବିପକ୍ଷରେ ଠିଆ କରିଥିଲେ । ତାଙ୍କ ଛଡା ବିଜେପିର ଏକମାତ୍ର ମୁସଲିମ୍ ଆଶାୟୀପ୍ରାର୍ଥୀ ୟୁନୁଶ ଖାନ ମଧ୍ୟ ଟୋଙ୍କରୁ ପଛୁଆ ଅଛନ୍ତି ।

ସେପଟେ, ନିର୍ବାଚନ ପରେ ଏଗଜିଟ୍ ପୋଲ ରିପୋର୍ଟ ବିଜେପିକୁ ଅଧିକାଂଶ ରାଜ୍ୟରେ ବହୁମତ ଦେଇଥିଲା । କିନ୍ତୁ ଆଜି ଆସିବା ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ସାରା ଦେଶକୁ ଆଶ୍ଚର୍ଯ୍ୟ କରିଦେଇଛି । ବିଜେପିର ଗଡ କୁହାଯାଉଥିବା ଛତିଗଡରେ ବିଜେପିକୁ ହଟାଇ କଂଗ୍ରେସ ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି ।

ସେହିପରି ରାଜସ୍ଥାନରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳିବାର ଯେଉଁ ଟ୍ରେଣ୍ଡ ରହିଥିଲା, ତାହା ପୁଣି ଥରେ କାଏମ ହେବାକୁ ଯାଉଛି । ପୁଣି କଂଗ୍ରେସ ଏଠାରେ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ଚାଲିଛି କଡା ଟକ୍କର । ଛତିଶଗଡରେ ବିଜେପିକୁ ୨୪ଟି ଆସନ ମିଳିଥିବା କଂଗ୍ରେସକୁ ମିଳିଠି ୯ଟି ଆସନ । ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଦ୍ୟରେ ଚାଲିଛି କଡା ଟକ୍କର । ଏଠାରେ ବିଜେପିକୁ ୧୧୧ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ମଧ୍ୟ ମିଳିଛି ୧୧୦ଟି ଆସନ ।