କେନ୍ଦ୍ରାପଡା ରାଜକନିକାରେ ପରକୀୟା ପ୍ରୀତିରୁ ଚାଲିଲା ଛୁରି ! କ୍ୟାମେରାରେ କଏଦ୍ ଦେଲା ଛୁରା ମାଡର ଲାଇଭ ଭିଜୁଆଲ

ଆକ୍ରମଣକାରୀକୁ ଲୋକଙ୍କ ନିସ୍ତୁକ ମାଡ

765

କନକ ବ୍ୟୁରୋ : କେନ୍ଦ୍ରାପଡା ରାଜକନିକାରେ ପରକୀୟା ପ୍ରୀତିରୁ ଘଟିଲା ତୁମୁକଳକାଣ୍ଡ । କ୍ୟାମେରାରେ କଏଦ ହେଲା ଗଣ୍ଡଗୋଳ, ମାଡପିଟ ଓ ଛୁରାମାଡର ଦୃଶ୍ୟ ।  ଅନୈତିକ ସମ୍ପର୍କ ଯୋଗୁଁ ଏପରି ଘଟଣା ଘଟିଛି ବୋଲି କୁହାଯାଉଛି । ଅଭିଯୋଗ ଅନୁସାରେ, ବିନୋଦ ବାଇଙ୍କ ପରିବାରର ମହିଳାଙ୍କ ସହ ସୁରଜିତ ବାଇଙ୍କ ଅନୈତିକ ସମ୍ପର୍କ ରହିଥିଲା । ଯାହାକୁ ବିରୋଧ କରି ଆସୁଥିଲେ ବିନୋଦ । ଆଉ ଗୁରୁବାର ଏହି ବିରୋଧ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା ।

ବିନୋଦଙ୍କୁ ଉପରେ କାଠ ଫାଳିଆରେ ଆକ୍ରମଣ କରିଥିଲେ ସୁରଜିତଙ୍କ ପରିବାରଲୋକ । ଆଉ ଗଣ୍ଡଗୋଳ ଭିତରେ ବିନୋଦଙ୍କୁ ଛୁରାମାଡ କରିଥିଲେ ସୁରଜିତ ବାଇ । ଫଳରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ବିନୋଦ । ଏପରିକି ତାଙ୍କ ପେଟରୁ ଅନ୍ତବୁଜୁଳା ବାହାରି ଆସିଥିଲା । ଖବର ପାଇ ପୋଲିସ ଗାଁଦାଣ୍ଡରୁ ମୃତଦେହକୁ ଉଦ୍ଧାର କରି ହସପିଟାଲ ପଠାଇଥିଲା । ମାମଲାରେ ପୋଲିସ ଛାନଭିନ ଜାରି ରଖିଛି ।