ରାଜାଙ୍କ ପ୍ରଶ୍ନ, ମନ୍ତ୍ରୀଙ୍କ ଉତ୍ତର ! ବିଧାନସଭାକୁ ଗରମ କଲା ଶାସକ ଦଳ ବିଧାୟକଙ୍କ ଗୋଟିଏ ପ୍ରଶ୍ନ

43

କନକ ବ୍ୟୁରୋ : ଗୃହରେ ଆଜି ପ୍ରଶ୍ନ ଉତ୍ତର କାର୍ଯ୍ୟକାଳରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ନିଜ ଦଳର ସଭ୍ୟଙ୍କୁ ପ୍ରଶ୍ନ କରିଥିଲେ ବିଜେଡି ସଭ୍ୟ । ପ୍ରଶ୍ନ ଥିଲା ବିଧାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଆଉ ଏହାର ଉତର ରଖିଥିଲେ ଦଳୀୟ ବିଧାୟକ ତଥା ମନ୍ତ୍ରୀ ନିରଂଜନ ପୂଜାରୀ ।ନିଜ ଦଳର ମନ୍ତ୍ରୀଙ୍କୁ ଆଜି ପ୍ରଶ୍ନବାଣରେ ଘେରିଥିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଲାପଟପ , ସାଇକେଲ ଦେଉଛନ୍ତି କିନ୍ତୁ ଏହା ମେକ ଇନ ଓଡ଼ିଶାର ନା ମେକ ଇନ ଇଣ୍ଡିଆ ବୋଲି ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନିଜ ଦଳର ସଭ୍ୟଙ୍କ ଏମିତି ପ୍ରଶ୍ନରେ ହଡବଡେଇ ଯାଇଥିଲେ ଶିଳ୍ପ ମନ୍ତ୍ରୀ ନିରଂଜନ ପୂଜାରୀ । ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଦେଉଥିବା ଲାପଟପ୍, ସାଇକେଲ, ଜୋତା, ଛତା ଇତ୍ୟାଦି ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି ଓ କେଉଁଠାରୁ ସାମଗ୍ରୀ ଆମଦାନୀ ହେଉଛି ? ମନ୍ତ୍ରୀ ଟଙ୍କାର ହିସାବ ଦେଇଦେଲେ କିନ୍ତୁ ଏହା ରାଜ୍ୟରେ ଉତ୍ପାଦନ ନହୋଇ କାହିଁକି ବାହାରୁ ଆସୁଛି ପଶ୍ନ ମନ୍ତ୍ରୀଙ୍କୁ ହରଡଘଣାରେ ପକାଇଦେଇଥିଲା ।

assembly 23ତେବେ ଏଭଳି ପ୍ରଶ୍ନ ପଚରାଯିବା ଉଚିତ ନୁହେଁ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ । କିନ୍ତୁ ବାଚସ୍ପତି ପ୍ରଶ୍ନ ପଚାରିବାକୁ ଅନୁମତି ଦେଇଥିବାରୁ ତାଙ୍କୁ ଉତ୍ତର ଦେବାକୁ ପଡୁଛି ବୋଲି ସେ କହିଥିଲେ । ତେବେ ମନ୍ତ୍ରୀଙ୍କ ଏଭଳି ଉତ୍ତର କିନ୍ତୁ ବିଧାୟକଙ୍କ ମନ ଜିଣିପାରି ନଥିଲା । ମନ୍ତ୍ରୀଙ୍କ ଉତ୍ତରକୁ ମାଙ୍କିଡିଆ ଉତ୍ତର ବୋଲି କହିଥିଲେ ରଣେନ୍ଦ୍ର । ଅଧା ପାନ୍ତରିଆ ଘର ଭଳି ଅଧା ତଥ୍ୟ ହାସଲ କରି ଉତ୍ତର ଦେଇଥିଲେ ମନ୍ତ୍ରୀ ।

ତେବେ ଶାସକ ଦଳର ବିଧାୟକଙ୍କ ଏଭଳି ପ୍ରଶ୍ନ ଓ ମନ୍ତ୍ରୀଙ୍କ ଅଧାପନ୍ତରିଆ ଉତର ବିରୋଧୀଙ୍କୁ ମଧ୍ୟ ଆକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରିଥିଲା । ଶାସକ ଦଳକୁ ଘେରିବାକୁ ବିଧାୟକ ରାଜା ସ୍ୱାଇଁଙ୍କ ସହ ସ୍ୱର ମିଳାଇଥିଲେ ଉଭୟ କଂଗ୍ରେସ ଓ ବିଜେପି । ଏପରିକି ପୂର୍ବତନ ଶିଳ୍ପ ମନ୍ତ୍ରୀ ଦେବୀ ମିଶ୍ର ମଧ୍ୟ ମନ୍ତ୍ରୀଙ୍କୁ ଘେରିବାକୁ ପଛାଇନଥିଲେ ।
ସରକାର ମେକ୍ ଇନ୍ ଓଡିଶା ମାଧ୍ୟମରେ ରାଜ୍ୟରେ ଶିଳ୍ପ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି । କିନ୍ତୁ ନିୟମିତ ଭାବେ ଯୋଗାଉଥିବା ଏହି ସାମଗ୍ରୀ ରାଜ୍ୟରେ ଉତ୍ପାଦନ ପାଇଁ ପଦକ୍ଷେପ ନନେବା ପଛରେ ବ୍ୟାପକ ଅନିୟମିତତା ଥିବା ସନ୍ଦେହ କରୁଛନ୍ତି ସମସ୍ତ ଦଳ । ଯାହା ପୁଣିଥରେ ଶାସକଦଳକୁ ହରଡଘଣାରେ ପକାଇଛି ।