ନୂଆ ସ୍ୱାଦରେ ଓଡିଆ ଗୀତ : ‘ଆସ ଓଡିଆ ଗୀତ ଶୁଣିବା’

23

ଓଡ଼ିଆ ଗୀତକୁ ଅଧିକ ଆକର୍ଷଣୀୟ, ଶ୍ରୁତିମଧୁର ଓ ହୃଦୟସ୍ପର୍ଶୀ କରିବା ପାଇଁ ଏକ ପ୍ରୟାସ । ଓଡ଼ିଆ ଲୋକମାନଙ୍କୁ ଭଲ ଓଡ଼ିଆ ଗୀତ ଶୁଣାଇବା ପାଇଁ ରେଡିଓ ଚକୋଲେଟ ଟିମ୍ ଆରମ୍ଭ କରିଛି ମ୍ୟୁଜିକାଲ୍ ରିଭୋଲୁସନ । ‘ଆସ ଓଡ଼ିଆ ଗୀତ ଶୁଣିବା’ କାର୍ଯ୍ୟକ୍ରମରେ ରେଡିଓ ଚକୋଲେଟ୍ ଟିମ୍ ପ୍ରସ୍ତୁତ କରିଛି ଭିନ୍ନ ସ୍ୱାଦର ରଜ ଗୀତ । ଏହି ରଜ ଗୀତ ଏବେ ୟୁଟ୍ୟୁବରେ ଦର୍ଶକଙ୍କ ବେଶ ପ୍ରଶଂସା ଲାଭ କରିଛି ।

ଏହି ରଜଗୀତକୁ  ଗାଇଛନ୍ତି ଜ୍ୟୋତି ବୋଥ୍ରା  । କଂପୋଜ କରିଛନ୍ତି ସୁଦିପ ଜେନା । ଗୀତର କନସେପ୍ଟ ପ୍ରସ୍ତୁତ କରିଛନ୍ତି ରେଡିଓ ଚକୋଲେଟ ଟିମ୍ । ଭଲ ଓଡ଼ିଆ ଗୀତ ଏବଂ ଓଡ଼ିଆଙ୍କୁ ଭଲ ଲାଗୁଥିବା ଗୀତକୁ ଆହୁରି ଆକର୍ଷଣୀୟ କରି ଗୀତ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ରେଡିଓ ଚକୋଲେଟ ଟିମ୍ । ଓଡ଼ିଆ ମ୍ୟୁଜିସିଆନ୍ ଏବଂ ନ୍ୟୁ ଟାଲେଂଟମାନଙ୍କୁ ହୃଦୟକୁ ଛୁଇଁବା ଭଳି ଗୀତ ଲେଖିବା ପାଇଁ ଆହ୍ୱାନ ଦେଇଛି ରେଡିଓ ଚକୋଲେଟ ଟିମ୍ ।

Comments are closed.