ଆଜିଠୁ ୭ ଦିନିଆ ପାରୋଲରେ ଯିବେ ରାଜା ଆଚାର୍ଯ୍ୟ

36

ଆଜିଠୁ ପାରୋଲରେ ଯିବେ ରାଜା ଆଚର୍ଯ୍ୟ । ପାରୋଲରେ ଯିବା ପାଇଁ ହାଇାକୋର୍ଟ ସର୍ତମୂଳକ ଅନୁମତି ଦେଇଛନ୍ତି । ଏପ୍ରିଲ ୨୧ରେ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିବେ । ମାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେବା ସହିତ ଅନ୍ୟ କେତେକ ବ୍ୟକ୍ତିଗତ କାରଣ ଦର୍ଶାଇ ରାଜା ପାରୋଲ ପାଇଁ ଆବେଦନ କରିଥିଲେ । ଜୁଡୋ କୋଚ ବିରଚିଂ ଦାସ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଝାରପଡା ଜେଲରେ ଅଛନ୍ତି ରାଜା ଆଚାର୍ଯ୍ୟ । ୨୦୦୮ରେ ହୋଇଥିବା ବିରଚିଂ ଦାସ ହତ୍ୟାକାଣ୍ଡ ମାମଲାରେ ୨୦୧୦ ଡିସେମ୍ବର ୧୭ରେ ଭୁବନେଶ୍ୱର ଫାଷ୍ଟ ଟ୍ରାକ କୋର୍ଟ ରାଜାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ ।